
ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ
ଚିକିଟୀ– ଗଞ୍ଜାମ ଜିଲ୍ଲାର ଚିକିଟୀ ବ୍ଲକର ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ପେଣ୍ଠ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଉତ୍ସାହର ସହ ଗୁରୁ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷାଧିକାରୀ ତ୍ରିନାଥ ମଲ୍ଲିକ, ନାୟକ ସେଠୀ ଏବଂ ମେଘନାଥ ବେହେରା ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ l

ଏହା ସହ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିଲୋଚନ ପ୍ରଧାନ, ଗଣଶିକ୍ଷକ ସଂଘର ସଭାପତି ଅଭିମନ୍ୟୁ ପ୍ରଧାନ,ପ୍ରଧାନ ଶିକ୍ଷକ ବଳରାମ ବେହେରା, ସୀମାଟିକ ଶିକ୍ଷକ ସଂଘର ସଭାପତି ଶଙ୍କର ମହାନ୍ତି ଏବଂ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ରଞ୍ଜନ ବ୍ରହ୍ମା ପ୍ରମୁଖ ମଞ୍ଚାସିନ ହୋଇ ସଭା ମଣ୍ଡିତ କରିଥିଲେ l ପ୍ରଥମେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ସହ ଅତିଥି ସ୍ଵାଗତ ସଙ୍ଗୀତ ଦ୍ଵାରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ମାନଙ୍କୁ ଏବଂ ଉପସ୍ଥିତ ଅନେକ ଆଦର୍ଶ ଶିକ୍ଷକ, ଅବସର ପ୍ରାପ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ, ଶିକ୍ଷାବିତ ମାନଙ୍କୁ ଉପଢ଼ୌକନ , ପୁଷ୍ପଗୁଚ୍ଛ ସହ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ଏହି ପ୍ରଂଶସନୀୟ ସମ୍ମାନ ମୁହୂର୍ତ୍ତ ବିଗତ ଦିନରେ ଶିକ୍ଷକ ମାନଙ୍କର କର୍ତ୍ତବ୍ୟନିଷ୍ଟା ପ୍ରୟାସରେ ବ୍ଲକରେ ଶିକ୍ଷାର ପ୍ରଗତି କୁ ସ୍ଵୀକୃତି ଦେବା ସହ ଆଗମୀ ଦିନରେ ନୂତନ ପିଢ଼ିର ଶିକ୍ଷକ ମାନଙ୍କୁ ପ୍ରେରଣାଦାୟୀ ହେଲାପରି ମଞ୍ଚରେ ଦୃଶ୍ୟମାନ ହେଉଥିଲା। ଶିକ୍ଷକ ଲବ ସାହୁ, ରଞ୍ଜନ ବ୍ରହ୍ମା ଏବଂ ସଭାପତି ଶିକ୍ଷାର୍ଥୀ ଜୀବନରେ ଗୁରୁଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଲାଭ ଏବଂ ଲୋଭ ଛାଡ଼ି ଶିକ୍ଷକ ସମଜାର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇ ଗୁରୁ-ଶିଷ୍ୟ ପରମ୍ପରାକୁ ସଦୃଢ଼ କରିବା ଏବଂ ଶିକ୍ଷାର ମହତ୍ତ୍ୱକୁ ବଜାଇ ରଖିଲା ଭଳି ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ।

ବ୍ଲକ ଶିକ୍ଷାଧିକାରୀ ପନ୍ନଗ ଭୂଷଣ ମାଝୀ ସେବା ନିବୃତ ଜୀବନର ଅଭିଜ୍ଞତା ବର୍ଣ୍ଣନା କରିବା ସହ ଶିକ୍ଷକ ସମାଜ ପ୍ରତି ସମାଜର ଗୁରୁତ୍ୱାରୋପ କିପରି ଭାବେ ରହିବ ତାକୁ ନେଇ ଶିକ୍ଷକ କେବଳ ପାଠ ପଢ଼ାଇବେ ତାହା ନୁହେଁ ଛାତ୍ରଛାତ୍ରୀଙ୍କ ଉତ୍ତମ ଚରିତ୍ର ଗଠନ, ମୂଲ୍ୟବୋଧ ସୃଷ୍ଟି ଓ କିପରି ଦେଶର ଭବିଷ୍ୟତ ଗଠନ ରେ ଶିକ୍ଷକ ସମାଜର ଅବଦାନ ମାଷ୍ଟର ମାଇଣ୍ଡ ଭାବେ ସହାୟକ ହୋଇ ପାରିବ ବୋଲି ମତପ୍ରକାଶ କରିଥିଲେ। ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ଶିକ୍ଷକ ନରେନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ଅର୍ଜୁନ ପାତ୍ର ଓ ଗୌତମ ରଣା ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶିକ୍ଷକ ଅକ୍ଷୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତି ଏବଂ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।



Total Users : 6775