Headlines

ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂସ୍କରଣର ଲୋକାର୍ପଣ ସମାରୋହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ:

ସମ୍ବଲପୁର /୫.୯.୨୦୨୬: ସମ୍ପର୍କ ଫାଉଣ୍ଡେସନ ଟ୍ରଷ୍ଟ ଓ ସମ୍ପର୍କ ସେତୁ ଲେଖକ ପରିବାର ଆନୁକୁଲ୍ୟରେ ପବିତ୍ର ଗୁରୁଦିବସର ଶୁଭ ଅବସରରେ ତା ୫.୯.୨୦୨୬ରିଖ ଶନିବାର ଦିନ ଧନୁପାଲି ସ୍ଥିତ ଆଦିତ୍ୟ ରୋୟାଲ କଲ୍ୟାଣ ମଣ୍ଡପ ଠାରେ ସମ୍ପର୍କ ସେତୁ ପତ୍ରିକା ପଞ୍ଚମ ସଂଖ୍ୟା ଶ୍ରୀମା ଶ୍ରୀ ଅରବିନ୍ଦ ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି ।

ଅଶୋକ କୁମାର ପଣ୍ଡା ଙ୍କ ପରିଚାଳନା ଏବଂ ବରିଷ୍ଠ ସାମ୍ବାଦିକ ସୁଭାଷ ଚନ୍ଦ୍ର ପାଣିଗାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀ ଅରବିନ୍ଦ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀ ସୂର୍ଯ୍ୟ ପାଣିଗ୍ରାହୀ, କମଳ ଲୋଚନ ପଣ୍ଡା ଓ ପବିତ୍ର ତ୍ରିପାଠୀ ଯୋଗ ଦେଇ ପତ୍ର ପତ୍ରିକା ପୁସ୍ତକର ଗୁରୁତ୍ୱ, ସାମାଜିକ ସମ୍ପର୍କର ଆହ୍ବାନ, ଗୁରୁ ଦିବସର ମହତ୍ତ୍ୱ,ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୀବନ ଦର୍ଶନ ତଥା ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ବାଣୀର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକ ପାଦ କରିଥିଲେ । ଡ଼ଃ ସଙ୍ଗୀତା ନାୟକ ପୁରୋହିତ ଶ୍ଳୋକ ଆବୃର୍ତ୍ତି କରିଥିବା ବେଳେ ମମତା ନାଥ ଶ୍ରୀମାଙ୍କ ବାଣୀ ପଠନ କରିଥିଲେ । ପତ୍ରିକାର ସମ୍ପାଦକ ଡଃ ଦୀପେନ କୁମାର ପଟ୍ଟନାୟକ ସ୍ଥାନ ପାଇଥିବା ଲେଖାଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁଧିଷ୍ଠିର ମହାକୁଡ଼ ଓ ଜନମୁଖର ସମ୍ପାଦକ ଶ୍ରୀ ବୀରେନ୍ଦ୍ର ପାଣିଗାହୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ସମାବେଶ ରେ ଶ୍ୟାମ ସୁନ୍ଦର ଶର୍ମା,ମନୋଜ ପଣ୍ଡା, ସୁପ୍ରିୟା ଦାସ, ଡ ପଦ୍ମାଳୟା ପଣ୍ଡା, ସବିତା ମିଶ୍ର,ଶାନ୍ତିଲତା ପାଣ୍ଡେ, ବିଶ୍ଵ ରନ୍ଜନ ଜେନା, ରବି ନାରାୟଣ ମିଶ୍ର, ସୁଧାଂଶୁ ପୁଝାରୀ, ଗୋପେଶ୍ୱରୀ ପଣ୍ଡା, ଜ୍ୟୋତିର୍ମୟୀ ପାଣିଗ୍ରାହୀ ଓ ଦୀପକ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *