କୀର୍ତ୍ତି ଚନ୍ଦ୍ର ସାହୁ. ରାଜ୍ୟ ପ୍ରତିନିଧି, ସମୀକ୍ଷା ନିଉଜ:
କୋରାପୁଟ: ପୋଲିସ କବଜାରେ ଦୁର୍ଦ୍ଧାନ୍ତ ଅପରାଧୀ।କୋରାପୁଟ ଜିଲ୍ଲାର ଦୁର୍ଦ୍ଧାନ୍ତ ଅପରାଧୀ ଟୁନା ହରିଜନ କୁ ଫିଲ୍ମ ଷ୍ଟାଇଲରେ ପୋଲିସ ଗିରଫ କରିଛି। ଛତିଶଗଡ଼ର ଜଗଦଲପୁର ରେ ଆତ୍ମଗୋପନ କରିଥିବା ବେଳେ ଧରାପଡ଼ିଛି । କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ଟୁନା ହରିଜନ ଙ୍କ ନାମରେ ରହିଛି ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା। ଯେପରି ଚୋରି, ଡକାୟତି, ରାହାଯାନୀ ଭଳି ଅପରାଧିକ ଘଟଣା ରେ ମାମଲା ରହିଛି ।ଆଜି ଛତିଶଗଡ଼ ଜଗଦଲପୁର ବସଷ୍ଟାଣ୍ଡ ରେ ପୋଲିସ ଦ୍ୱାରା ଗିରଫ କରାଯାଇଛି।ବୋରିଗୁମ୍ମା ରେ କିଛି ଦିନ ତଳେ ପୋଲିସ ଉପରକୁ ବ୍ଲାଙ୍କ ଫାଇରିଂ କରି ଚମ୍ପଟ ମାରିଥିଲା ଟୁନା।ଟୁନା ହରିଜନ କୁ କାବୁ କରିବା ପାଇଁ ପୋଲିସ ଜାଲ ବିଛାଇଥିଲା।କୋରାପୁଟ ଏସ୍ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଟୁନା ର ଗତି ବିଧିକୁ ଅନୁଧ୍ୟାନ କରି ଆଜି ଜଗଦଲପୁର ରେ କାବୁ କରିବାରେ ସକ୍ଷମ ହୋଇଛି ପୋଲିସ।




Total Users : 6801