Headlines

କେନ୍ଦୁଝର:କ୍ଷେତ୍ରୀୟ ଆଥଲେଟିକ୍ସରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର : ପାଟଣା ୨/୯,ପଶ୍ଚିମବଙ୍ଗର କେଶିଆଡ଼ି ଠାରେ ଅନୁଷ୍ଠିତ କ୍ଷେତ୍ରୀୟ ଆଥଲେଟିକ୍ସ ପ୍ରତିଯୋଗିତାରେ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଦୁଇ ଛାତ୍ରୀ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ନବମ ଶ୍ରେଣୀର ଅର୍ଚ୍ଚିତା ସିଂହ ୩ ହଜାରମିଟର(୩କି.ମି.)ଦୌଡ଼ରେ ଏବଂ ଦଶମ ଶ୍ରେଣୀର ଲିକି ରାଣୀ ମହାନ୍ତ ୮ଶହ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ଦୁଇ କୃତୀ ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମ୍ପାଦକ ଅଶୋକ କୁମାର ସାହୁ, ପ୍ରଧାନ ଆଚାର୍ଯ୍ୟ ଚିତ୍ତରଞ୍ଜନ ମହାନ୍ତ ଓ ଶାରୀରିକ ପ୍ରମୁଖ ସୁରେଶ ଚନ୍ଦ୍ର ମହାନ୍ତଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଦୁଇ ପ୍ରତିଭାବାନ ଛାତ୍ରୀ ଆଗାମୀ ଦିନରେ ଉତ୍ତରପ୍ରଦେଶର ଗାଜିୟାବାଦ ସ୍ଥିତ ନେହେରୁ ନଗରଠାରେ ଅନୁଷ୍ଠିତ ହେବାକୁ ଥିବା ଅଖିଳ ଭାରତୀୟ ଖେଳକୁଦ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ସଫଳତାରେ ବିଦ୍ୟାଳୟ ପରିବାର ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଦୁଇ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଦ୍ୟାଳୟ ପରିବାର ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *