ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର -09/09
କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ବ୍ଲକ ମୂଷାନାଳି ଗ୍ରାମରେ ଘଟିଯାଇଛି ଏକ ଦୁଖଃଦ ଘଟଣା l ଆଜି ସକାଳେ କୃଷ୍ଣଚନ୍ଦ୍ର ମହାନ୍ତ ଙ୍କ ପୁତ୍ର ଦୟାନିଧି ମହାନ୍ତ ୪୮ଘରେ ଇ6ଲକ୍ରିଟ କାମ କରୁଥିଲା ବେଳେ ବିଦ୍ୟୁତ ତାର ସଂପର୍ଶ ରେ ଆସି ଗୁରୁତର ହୋଇପଡିଥିଲେ, ତାଙ୍କୁ ସଂଗେ ସଂଗେ ସ୍ୱାମପାଟଣା ମେଡିକାଲ କୁ ନେଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା l

ଦୟାନିଧି ଜଣେ ଆଧ୍ୟାତ୍ମିକ, ସରଳ ଓ ପରୋପକାରୀ ଲୋକ ଥିଲେ, ତାଙ୍କର ଆକସ୍ମିକ ମୃତ୍ୟୁ ଖବର ପାଇ ସ୍ଥାନୀୟ ସରପଞ୍ଚ ରାଧାମଣୀ ଦାସ, ସମାଜସେବୀ ଗୌତମ ଦାସ,ଭଗବାନ ମହାନ୍ତ ଓ ଶିକ୍ଷାବିତ ପାର୍ଥସାରଥୀ ବେଜ ସମେତ ଗ୍ରାମବାସୀ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ଶେଷ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇ ଥିଲେ l ସେ ଘରର ଏକ ମାତ୍ର ରୋଜଗାରୀଆ ପୁଅ ଥିଲେ,ତାଙ୍କ ଅକାଳ ବିୟୋଗ ପରେ ସ୍ତ୍ରୀ ଓ ଦୁଇ ସନ୍ତାନ ଙ୍କ ଭବିଷ୍ୟତ ଏବେ ଅନ୍ଧାର l ଏପଟେ ବୃଦ୍ଧ ବାପା ପାରାଲିସିସ ରୋଗରେ ପୀଡିତ, କେମିତି ବଂଚିବେ ସେମାନେ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l



Total Users : 6801