ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା:
କେନ୍ଦୁଝର,09/09 କେନ୍ଦୁଝର ଫୁଲବଡ଼ି ରେ ବ୍ୟବହାର ହେଉଥିବା ମୁଖ୍ୟ ସାମଗ୍ରୀ ପେଜୁଆ ବିରିକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଉପରେ ଗବେଷଣା କରୁଥିବା କେନ୍ଦୁଝର ସହର ଜୁଡ଼ିଆ ସ୍ଥିତ ରିଜିଓନାଲ ରିସର୍ଚ୍ଚ ଆଣ୍ଡ ଟ୍ରାନ୍ସଫର ଟେକ୍ନୋଲୋଜି ଷ୍ଟେସନ (ଆର୍ଆର୍ଟିଟିଏସ୍) ଏସମ୍ପର୍କିତ ସମସ୍ତ ତଥ୍ୟ ଦସ୍ତାବିଜ୍ ଓୟୁଏଟିରେ ଦାଖଲ ଜାରି କରିଛି।ଜିଲ୍ଲାର ଫୁଲବଡ଼ି ରାଜ୍ୟ ତଥା ରାଜ୍ୟ ବାହାରେ ବେଶ୍ ପରିଚିତ ଏଥିପାଇଁ ଆବଶ୍ୟକ ହେଉଥିବା ପେଜୁଆ ବିରି କେନ୍ଦୁଝର ବ୍ୟତୀତ ପ୍ରାୟ ଅନ୍ୟ କେଉଁଠି ଚାଷ ହୁଏନାହିଁ। ଏହା ଫୁଲବଡ଼ିର ସ୍ବାଦ କୁ ବହୁଗୁଣିତ କରିଥାଏ ଓ ହାଲୁକା ମଧ୍ୟ ହୋଇଥାଏ । ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ପାହାଡ଼ ଅଞ୍ଚଳ ରେ ପୋଡ଼ୁ ଚାଷ ମାଧ୍ୟମରେ ଏହି ଚାଷ କରାଯାଉଛି। ପ୍ରଥମେ ଖରା ଦିନ ରେ ପାହାଡ଼ ରେ ନିଆଁ ଲଗାଇ ବୁଦା ଝଟା କୁ ପୋଡ଼ି ମାଟି ରେ ଛାଡି ଦିଆ ଯାଇଥାଏ ।

ଏହାପରେ ଆଷାଢ଼ ମାସରେ ବର୍ଷା ରୁତୁ ରେ ବିରି ବୁଣାଯାଇ ଥାଏ ଏବଂ ଶୀତ ଆରମ୍ଭ ରେ ଅମଳ କରାଯାଇଥାଏ। ଏହାପରେ ସ୍ଥାନୀୟ ଚାଷୀ ମାନେ ସହର କୁ ନେଇ ମହାଜନ ଙ୍କ ନିକଟରେ ଏହା କୁ ବଦଳ କରି ଚାଉଳ ଓ ସଉଦା ନିଜ ଘର ଚଳିବା ପାଇଁ ଆଣିଥାନ୍ତି। ସମ୍ପୂର୍ଣ୍ଣ ଜୟବିକ ପଦ୍ଧତି ରେ ହିଁ ଏହି ପେଜୁଆ ବିରି କୁ ଉତ୍ପାଦନ କରାଯାଇଥାଏ । ସେଥିପାଇଁ ବଣଜଙ୍ଗଲ ପାହାଡ଼ ଛଡ଼ା ସମତଳ ଭୂମି ରେ ଏହା ହୋଇପାରେ ନାହିଁ। ସାଧାରଣ ବିରି ଅପେକ୍ଷା ଏଥିରେ ଅଧିକ ଫେଣ ହୋଇଥାଏ, ଯାହା ଫୁଲବଡ଼ିକୁ ନରମ, ହାଲୁକା ଓ ସୁସ୍ବାଦୁ କରିଥାଏ।ଏହା କେବଳ ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଅଞ୍ଚଳର ଜଳବାୟୁ ରେ ହିଁ ଚାଷ ପାଇଁ ବେଶ୍ ଉପଯୋଗୀ ବୋଲି ଗବେଷକ ମାନେ କହିଛନ୍ତି । କିଛିବର୍ଷ ହେବ ତେଲକୋଇ, ହରିଚନ୍ଦନପୁର ଅଞ୍ଚଳରେ ପେଜୁଆ ବିରି ଚାଷ ହ୍ରାସ ପାଇଛି । ପ୍ରତିବର୍ଷ ବାଂଶପାଳ ବ୍ଲକ୍ରେ ୮୦ରୁ ୧୨୦ଏକର ଜମିରେ ଏହି ଚାଷ ହେଉଛି। ତିନିରୁ ୪ମାସ ମଧ୍ୟରେ ଏହା ଅମଳ ହୋଇଥାଏ। ଅନ୍ୟ ଶଙ୍କର ଜାତୀୟ ବିରି ଅପେକ୍ଷା ଏହା ଅମଳ କମ୍ ହେଉଥିବାରୁ ଏହାକୁ ଚାଷ କରିବାପାଇଁ ଚାଷୀମାନେ ଅମଙ୍ଗ ହେଉଛନ୍ତି। ତତ୍କାଳନୀ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ନିର୍ଦେଶ ପରେ ବୈଜ୍ଞାନିକମାନେ ଏହି ବିରିର ବିଭିନ୍ନ ନମୁନା ସଂଗ୍ରହ କରି ଗବେଷଣା ଚଳାଇଛନ୍ତି। ଏବେ ଜିଆଇ ଟ୍ୟାଗ୍ ପ୍ରଦାନ ପାଇଁ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ କରାଯାଉଛି। ଜିଆଇ ଟ୍ୟାଗ୍ ମିଳିଲେ ‘ପେଯୁଆ ବିରି ଚାଷ ବ୍ୟାପକ ହେବ ବୋଲି ଆଶା ପୋଷଣ କରିଛନ୍ତି କେନ୍ଦୁଝର ର ଫୁଲ ବଡି ତିଆରି କରୁଥିବା କ୍ଷୁଦ୍ର ଶିଳ୍ପି ଓ ବ୍ୟବସାୟି ।



Total Users : 6779