Headlines

ବଡବିଲ:ସଂରକ୍ଷିତ ଜଙ୍ଗଲରେ ବେଆଇନ ରାସ୍ତା ନିର୍ମାଣ,୫ ଭାରୀଯାନ ଜବତ କମ୍ପାନୀ କୁ ବନ ବିଭାଗର ନୋଟିସଆର୍ସେଲର ମିତ୍ତଲ ନିପନ ଷ୍ଟିଲ ର ଆଇନକୁ ଉଲଙ୍ଘନ

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:

କେନ୍ଦୁଝର – ବଡବିଲ ରେଞ୍ଜ ଉଲିବୁରୁ ସଂରକ୍ଷିତ ଜଙ୍ଗଲରେ ବିନା ଅନୁମତିରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ରେଳ ଧାରଣା ପକାଇବା ପାଇଁ ରାସ୍ତା ନିର୍ମାଣ କରୁଛି । ଏହା ଜଣାପଡିବା ପରେ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉକ୍ତ ବେଆଇନ କାର୍ଯ୍ୟ ଚାଲୁଥିବା ଅଞ୍ଚଳଟି ବେଲଗୁଣ୍ଡି ଓଏମଡିସି ଖଣି ଲିଜ୍ ଅଞ୍ଚଳ ଅଧିନରେ ଥିବାବେଳେ ତାଙ୍କଠାରୁ କୌଣସି (ଏନଓସି) ଆପତ୍ତି ବିହୀନ ପ୍ରମାଣ ପତ୍ର ନ ନେଇ ଉକ୍ତ କାର୍ଯ୍ୟ କର। ଯାଉଥିଲା,ଆଇନ ଉଲଂଙ୍ଗନ କରି ସଂରକ୍ଷିତ ଜଙ୍ଗଳରେ ଏସ୍କା ଭେଟର ଲଗାଇ ପାଖାପାଖି ୫ ଶହରୁ ଉର୍ଦ୍ଦ ଛୋଟ ଛୋଟ ଶାଳ ଗଛ କାଟି ସେ ସ୍ଥାନରୁ ମାଟି ହଟାଇ ରେଳ ଧାରଣା ପକାଇବା ପାଇଁ ଦିନ ରାତି କାର୍ଯ୍ୟ କରଯାଉଥିଲା । ବଡବିଲ ରେଞ୍ଜ ଅଫିସର, ନାଲଦା ବିଟ ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀ ଏହା ଉପରେ ଚଢ଼ଉ କରି ୨ଟି ବଡ଼ ଏକ୍ସକାଭେଟର ଓ ୩ଟି ହାଇୱ।

କୁ ଜବତ କର। ଯାଇଛି ବୋଲି ଡିଏଫଓ ସୂଚନା ଦେଖିଛନ୍ତି । ଏହି ଘଟଣା କେ ଓ ଏମ ଡ଼ି ସି ଅଧିକାରୀ ଙ୍କ କହିବା ଅନୁଯାୟୀ ସେମାନେ ଡ଼ିଏଫଓ ଙ୍କ ସହିତ ଆଲୋଚନା କରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗରୁ, ଏଭଳି ବେଆଇନ କାର୍ଯ୍ୟ ନ କରିବା ପାଇଁ ବନ ବିଭାଗ ପକ୍ଷରୁ କାରଣ ଦର୍ଶ।ଅ ନୋଟିସ୍ ସହିତ ଚେତାବନୀ ଦିଆଯାଇଥିଲା । ଏନେଇ ଏଏମ/ଏନ୍ଏସ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି । ସେଥିରେ କୁହାଯାଇଛି, ଯେ ଡ଼ାଲକି ଗ୍ରାମ ନିକଟରେ ଟିକେ ୧ ବିଏଚରୁ ଓ ଏମଡିସି ରେଳ ଲିଡ଼ ଲାଇନ ୨୦୦୪ ପର୍ଯ୍ୟନ୍ତ ମାଲ ପରିବହନ ପାଇଁ ଓଏମଡ଼ିସି ପାଇଁ ଓଏମଡ଼ିସି ଦ୍ଵାର। କାର୍ଯ୍ୟକ୍ଷମ ଥିଲା । ସିଏସେ ଆଇଆଇ ଆର ଆଇ ନିର୍ଦ୍ଦେଶ ବଳୀ ଅନୁଯାୟୀ ଏ ଏମ/ ଏନଏସ ଇଣ୍ଡିଆ,ଏହି ଅଞ୍ଚଳରେ ଭିଡ,ଧୂଳୀ, ଧୂଆଁ, ପ୍ରଦୁଷଣ,ଓକାର୍ବନ ନିର୍ଗମନକୁ କଣ କା ପାଇଁ ଏହାର ଖଣି ସହିତ ରେଳ ସଂଯୋଗ କରିଥିଲା । ଏଏମ/ଏନ଼ ଏସ ର ଅନୁରୋଧ କ୍ରମେ ଦକ୍ଷିଣ ପୂର୍ବ ରେଳ ବିଭାଗ ପୁନଃ ନିର୍ମାଣ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଭାରତୀୟ ରେଳ ମାନଦଣ୍ଡ ଅନୁଯାୟୀ କାର୍ଯ୍ୟ କରା ଯାଇଛି। ଏହି ସମୟରେ କୌଣସି ପ୍ରକାର ବେନୀୟମ କାର୍ଯ୍ୟ କିମ୍ଵା ଗଛ କଟା ଯାଇ ନାହିଁ । ବୋଲି କମ୍ପାନୀ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଜଣା ଯାଇଛି । ଏଠାରେ ପଶ୍ନ ଉଠେ କେଉଁଟା ସତ ? ଆଇନ ଅନୁଯାୟୀ କାର୍ଯ୍ୟ ଚାଲିଛି ତ, ତେଣୁ ଏହାର ଏକ ପଙ୍ଖଣୁପୁଙ୍କ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Leave a Reply

Your email address will not be published. Required fields are marked *