ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
ଚମ୍ପୁଆ -୦୯/୦୯, ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମy ରୁଗୁଡ଼ିସାହି ରେ ରୁହନ୍ତି ଚୈତନ୍ୟ ମୁଣ୍ଡା (୬୫) l ଅନେକ ବର୍ଷ ହେଲା ତାଙ୍କ ପିତା ଟସେ ମୁଣ୍ଡା ପରଲୋକ ଗମନ କରିଛନ୍ତି l ଚୈତନ୍ୟ ଅବିବାହିତ l ତା ‘ର ସାହା ଭରସା କେହି ନାହିଁ l ଚୈତନ୍ୟ ର ନା ଅଛି ବାସଗୃହ, ନା ଅଛି ଆଧାର କାର୍ଡ l
ଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ମଧ୍ୟ ପାଇ ପାରୁନାହାନ୍ତି l
ବୟସ ୬୫ ରୁ ଉର୍ଦ୍ଧ ହେଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ଏ ପ୍ରଯ୍ୟନ୍ତ ପାଇ ପାରି ନାହାଁନ୍ତି l ଶାରୀରିକ ପରିଶ୍ରମ କରି ପାରୁ ନ ଥିବାରୁ ଗ୍ରାମରେ ଏଠି ସେଠି ମାଗି ଯାଚି ଚଳୁଥିବା ଦେଖାଯାଇଛି l ଅସହାୟ ଚୈତନ୍ୟ ମୁଣ୍ଡା ର ଦୁର୍ଦଶା କଥା ଅବଗତ ହେବା ପରେ ବୁଧବାର ପୂର୍ବlହ୍ନରେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ସମାଜସେବୀ ଭାବଗ୍ରାହୀ ମହାନ୍ତ ଖୁଣ୍ଟାପଡ଼ା ଗ୍ରାମକୁ

ଯାଇ ସ୍ଥିତି ପରଖି ଚୈତନ୍ୟ କୁ ଭେଟି ଅଶ୍ଵlସନା ଦେଇ ଆର୍ଥିକl ସହାୟତା ର ହାତ ବଢ଼ାଇଛନ୍ତି l ଚୈତନ୍ୟ ର ମୌଳିକ ସମସ୍ୟାର ସମାଧାନ ପାଇଁ ଚମ୍ପୁଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଡେପୁଟି ସବକଲେକ୍ଟର ଚନ୍ଦନ ମଣ୍ଡଳ ଓ ତହସିଲଦାର ସତ୍ୟବ୍ରତ ସାହୁ ଏବଂl ସଡ଼ଙ୍ଗୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥନାଏକଙ୍କୁ ଚୈତନ୍ୟ ବାବଦରେ ଅବଗତ କରାଇଛନ୍ତି ଓ ଖୁବ ଶୀଘ୍ର ତା ‘ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି l
ଆଜିର କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ବୃଷଭ ମହାନ୍ତ, ଅଚ୍ୟୁତନନ୍ଦ କର,ଜ୍ୟୋତିପୁର ମଣ୍ଡଳ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରୋହିତ କୁମାର ସାହୁ, ପଞ୍ଚାୟତ ପ୍ରମୁଖ ବାବୁଲୁ ନାଏକ, ସୁରେନ୍ଦ୍ର ମହାନ୍ତ, ସୁନୀଲ ମହାନ୍ତ ପ୍ରମୁଖ ସାମିଲ ଥିଲେ l ଅସହାୟ ଚୈତନ୍ୟ ମୁଣ୍ଡା ଙ୍କ ପ୍ରତି ଏତାଦୃଶ ସହାୟତା ପାଇଁ ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଙ୍କୁ ଖୁଣ୍ଟାପଡ଼ା ଗ୍ରାମବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି l



Total Users : 6791