ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:
କେନ୍ଦୁଝର, ୮ ସେପ୍ଟେମ୍ବର ୨୦୨୬: ମହିଳା ଓ ବାଳିକାଙ୍କ ସୁରକ୍ଷା, ସହାୟତା ଏବଂ ସଶକ୍ତିକରଣ ଉଦ୍ଦେଶ୍ୟରେ ସଖୀ ଓନ୍ ଷ୍ଟପ୍ ସେଣ୍ଟର (OSC), କେନ୍ଦୁଝର ପକ୍ଷରୁ ଆଜି ସଦର ବ୍ଲକ୍ ଅନ୍ତର୍ଗତ ହାଣ୍ଡିଭଙ୍ଗା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ସଖୀ ଓଏସ୍ସିର କେନ୍ଦ୍ର ପ୍ରଶାସକ ଶ୍ରୀମତୀ ସୁଜାତାରାଣୀ ପାଢ଼ୀ, କାଉନ୍ସେଲର ମିସ୍ ଦୀପିକା ନାୟକ ଏବଂ କେସ୍ ୱାର୍କର ମିସ୍ ତବସୁମ୍ ବେଗମ୍ ଯୋଗଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ GCRP, ସଭାପତି, ସମ୍ପାଦକ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟ, EC, MBK, PC ଓ ଅନ୍ୟାନ୍ୟ ସମୁଦାୟ ପ୍ରତିନିଧିଙ୍କ ସମେତ ମୋଟ ୩୩ ଜଣ ଅଂଶଗ୍ରହଣ କରିଥିଲେ। ସମସ୍ତ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ର ପରିଚାଳିକା ଶ୍ରୀମତୀ ସୁଜାତାରାଣୀ ପାଢ଼ୀ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ଉଦ୍ଦେଶ୍ୟ, କାର୍ଯ୍ୟ ଓ ମହିଳାମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସେବା ବିଷୟରେ ବିସ୍ତୃତ ଭାବେ ସଚେତନ କରିଥିଲେ। ହିଂସା, ନିର୍ଯାତନା, ଘରୋଇ ହିଂସା, ଯୌନ ଉତ୍ପୀଡ଼ନ ଆଦିର ଶିକାର ମହିଳା ଓ ବାଳିକାମାନଙ୍କୁ ସଖୀ ଓଏସ୍ସି ପକ୍ଷରୁ ମିଳୁଥିବା କାଉନ୍ସେଲିଂ, ଆଇନଗତ ସହାୟତା, ଚିକିତ୍ସା ସହାୟତା, ପୋଲିସ୍ ସହାୟତା, ଅସ୍ଥାୟୀ ଆଶ୍ରୟ ଓ ଅନ୍ୟାନ୍ୟ ଆବଶ୍ୟକ ସହଯୋଗ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ଧୈର୍ଯ୍ୟର ସହ ସଚେତନତାମୂଳକ ବକ୍ତବ୍ୟ ଶୁଣିବା ସହ ସଖୀ ଓଏସ୍ସିର କାର୍ଯ୍ୟପ୍ରଣାଳୀ ଓ ସେବା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ନିଜ ନିଜ ଅଞ୍ଚଳରେ ସଖୀ ଓଏସ୍ସିର ସେବା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ଆବଶ୍ୟକ ସମୟରେ ମହିଳା ଓ ବାଳିକାମାନଙ୍କୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ ଓ ଅଧିକାର ସୁନିଶ୍ଚିତ କରିବା ସହ ତୃଣମୂଳ ସ୍ତରରେ ସଚେତନତା ଓ ସହଯୋଗକୁ ସୁଦୃଢ଼ କରିବା ପାଇଁ ଅଂଶଗ୍ରହଣକାରୀମାନେ ସଖୀ ଓଏସ୍ସି ସହ ସହଯୋଗ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।



Total Users : 6775