Headlines

ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଉଦ୍‌ଯାପିତ,ଭକ୍ତିମୟ ପରିବେଶରେ ସରିଲାଶତାଧୂକ ଶ୍ରଦ୍ଧାଳୁଙ୍କ ସମାଗମ

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା:

ଖୋର୍ଦ୍ଧା ସହରର ହାବେଳି ପଡ଼ିଆରେ ସପ୍ତ ଦିନ ବ୍ୟାପୀ ଚାଲିଥିବା ଶ୍ରୀଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଭକ୍ତିମୟ ପରିବେଶରେ ଉଦ୍‌ଯାପିତ ହୋଇଛି। ଓଡ଼ିଶା ସର୍ଭିସ ସେଣ୍ଟର ଫର ଦି ଡିଭ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ୟରେ ଏବଂ ବିଶ୍ବ ହିନ୍ଦୁ ପରିଷଦ, ଖୋର୍ଦ୍ଧାର ସହଯୋଗରେ ଆୟୋଜିତ ଏହି ମହୋତ୍ସବରେ ମହାପ୍ରଭୁଙ୍କ ବିଭିନ୍ନ ବେଶର ଦର୍ଶନ ସହ ଭଜନ,ପ୍ରବଚନ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭକ୍ତମାନଙ୍କୁ ଆକର୍ଷିତ କରିଥିଲା।

ଉଦ୍‌ଯାପନୀ ସନ୍ଧ୍ୟାରେ ଭିଏଚପିର ଜିଲା ଉପାଧ୍ୟକ୍ଷା ଡ ସୁକାନ୍ତି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଆରଏସଏସ ବିଭାଗ ଘୋଷ ପ୍ରମୁଖ ଗିରିଜା ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥ୍‌, ବରିଷ୍ଠ ଆଇନଜିବୀ ସନତ ପଟ୍ଟନାୟକ, ଖବରଦାତା ଦିଲ୍ଲୀପ ପଟ୍ଟନାୟକ,ସାମାଜିକ କର୍ମୀ ଭଗବାନ ଦାସ, ଅନ୍ୟତମ ଉପାଧ୍ଯକ୍ଷ ସୁଦର୍ଶନ ରଥ, ଜିଲା କୋଷାଧ୍ଯକ୍ଷ ଅଭିମନ୍ୟ ଘଟୁଆଳ ପ୍ରମୁଖ ସମ୍ମାନିତ ଅତିଥ୍‌ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଅସ୍ମିତା, ଆସ୍ଥା, ଭକ୍ତି ଓ ସଂସ୍କୃତିର ପ୍ରତୀକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ସେ ଭାବର ଠାକୁର, ଭାବ ବିନୋଦିଆ କାଳିଆ ସାଆନ୍ତ । କୋଟି ଓଡିଆଙ୍କ ମଉଡମଣି, ଭକ୍ତର ଭଗବାନ ।

ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରା ବିଭିନ୍ନ ପର୍ବପର୍ବାଣୀ ଓ ତିଥି ଅନୁସାରେ ଅନେକ ପ୍ରକାର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏହି ବେଶ ଗୁଡ଼ିକ ମଧ୍ୟରେ ୩୨ ବେଶର ଏକ ବିଶେଷ ଧାର୍ମିକ ଓ ଆଧ୍ୟାତ୍ମିକ ମାହାତ୍ମ୍ୟ ରହିଛି। ପ୍ରତ୍ୟେକ ବେଶରେ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ରୂପ, ଲୀଳା ଓ ତତ୍ତ୍ବ ପ୍ରକାଶ ପାଏ। ଏହି ବେଶଗୁଡ଼ିକ ଭକ୍ତମାନଙ୍କ ମନରେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେ।ତେଣୁ ୩୨ ବେଶ କେବଳ ଅଳଙ୍କାର ନୁହେଁ, ଏହା ମହାପ୍ରଭୁଙ୍କ ବିଶାଳ ତତ୍ତ୍ବ, ଲୀଳା ଓ ଭକ୍ତି ପରମ୍ପରାର ଏକ ଅମୂଲ୍ୟ ପ୍ରତୀକ ବେଲି ଅତିଥ୍‌ ମାନେ କହିଥିଲେ। ଏହି ଅବସରରେ ଅନୁଷ୍ଠାନ ସଭାପତି ଭବାନୀଚରଣ ପାଢୀଙ୍କ ସମେତ ସମସ୍ତ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନଙ୍କୁ ଉପଢୌକନ ଦେଇ ସମ୍ବନ୍ଧିତ କରାଯାଇଥିଲା। ଏଥିସହିତ ସପ୍ତାହ ବ୍ୟାପୀ ସେବା ଯୋଗାଇଥିବା ପଦ୍ମଚରଣ ସାହୁ, ନିର୍ମଳକାନୁ ବିଶ୍ବାଳ, ଜିତେନ୍ଦ୍ର ବେହେରା, ବୈଦ୍ୟନାଥ ମହାପାତ୍ର, ବଟକୃଷ୍ଣ ସାହୁ, କାଶିନାଥ ପ୍ରଧାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପ୍ରଭାତ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ଶତାଧ‌ିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମହାପ୍ରଭୁଙ୍କ ଜୟଘୋଷ ଓ ମନ୍ତ୍ରଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭକରିଥିଲେ। ଏହି ଅବସରରେ ଭଜନ ସମାରୋହ, ମହାପ୍ରଭୁଙ୍କ କଥାମୃତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Reply

Your email address will not be published. Required fields are marked *