Headlines

ପାଟଣା:ରାତି ପେଟ୍ରୋଲିଂ ବେଳେ ବୋଲେରୋ ଅଟକ, ଗାଡ଼ିରୁ ଛେଳି ଚୋରିରେ ବ୍ୟବହୃତ ସାମଗ୍ରୀ ଜବତ


ବିଜୟ ରତ୍ନ ପତି /ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର:

ପାଟଣା:୧୧/୯,ରାତି ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋ ଗାଡ଼ିକୁ ଅଟକ କରାଯାଇଥିବା ବେଳେ ଡ୍ରାଇଭର ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ଜଣାପଡ଼ିଛି। ପରେ ଗାଡ଼ି ତଲାସ କରାଯିବା ପରେ ଏଥିରୁ ଛେଳି ଚୋରିରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ ହୋଇଛି।


ସୂଚନା ଅନୁସାରେ, ରାତିରେ ପେଟ୍ରୋଲିଂ ସମୟରେ କାଠ ଚାଲାଣ ସନ୍ଦେହରେ ଏକ ବୋଲେରୋକୁ ଅଟକ କରାଯାଇଥିଲା। ତେବେ ପୋଲିସକୁ ଦେଖି ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ।ଗାଡ଼ି ଖୋଲି ଯାଞ୍ଚ କରିବା ସମୟରେ ପ୍ରଥମେ ଏଥିରେ କୌଣସି କାଠ ନଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କୁ ଅବଗତ କରାଯାଇଥିଲା।

ସୂଚନା ପାଇ ପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋଟିକୁ ପୁନର୍ବାର ତଲାସ କରିଥିଲା। ଏହିସମୟରେ ଗାଡ଼ିରୁ ଛେଳି ଚୋରି ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ଜବତ କରାଯାଇଥିଲା। ପରେ ପାଟଣା ଥାନା ପୋଲିସ ବୋଲେରୋ ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ି ଛାଡ଼ି ପଳାଇଥିବା ଡ୍ରାଇଭରଙ୍କ ସମ୍ପର୍କରେ ମଧ୍ୟ ପୋଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *