Headlines

ଗାଇସିଲେଟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୪୨ ୟୁନିଟ୍ ରକ୍ତ ସଂଗ୍ରହ

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ଗାଇସିଲେଟ, ୩୧/୦୮: ବରଗଡ଼ ଜିଲ୍ଲା ଗାଇସିଲେଟ ୟୁଥ୍ କ୍ଲବ ଏବଂ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମିଳିତ ଆନୁକୂଲ୍ୟରେ ସୋମବାର ଗାଇସିଲେଟ ୟୁଥ୍ କ୍ଲବ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ୱେଚ୍ଛାସେବୀ ରକ୍ତଦାତାମାନେ ଉତ୍ସାହର ସହ ଯୋଗଦେଇ ମୋଟ ୪୨ ୟୁନିଟ୍ ରକ୍ତ ଦାନ କରିଥିଲେ। କାର୍ଯ୍ୟକ୍ରମକୁ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ ଉଦ୍ଘାଟନ କରି ରକ୍ତଦାନ ଏକ ମହତ ମାନବ ସେବାମୂଳକ କାର୍ଯ୍ୟ ବୋଲି ଉଲ୍ଲେଖ କରି ସେ ଯୁବ ପିଢ଼ିଙ୍କ ଏଭଳି ଜନହିତକର ପଦକ୍ଷେପକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ଅତିରିକ୍ତ ତହସିଲଦାର ଦେବାଶିଷ ମିଶ୍ର, ଥାନାଧିକାରୀ ଏମ୍. ମିଞ୍ଜ୍, ଅଗ୍ନିଶମ ଅଧିକାରୀ ବେଦବ୍ୟାସ ପିଙ୍ଗ, କେନ୍ଦୁପତ୍ର ରେଞ୍ଜର ଅଭିନାଶ ମେହେର, ଫରେଷ୍ଟର ଆର୍.କେ. ସିଂହ, କ୍ଲବର ପୂର୍ବତନ ସଭାପତି ପ୍ରବୀଣ ପାଣିଗ୍ରାହୀ, ସମିତି ସଭ୍ୟ ସରୋଜ ଶ୍ରୀଭୂଷଣ ସାହୁ, ସରପଞ୍ଚ ଶରତ କାଲୋ, ପୂର୍ବତନ ସଭାପତି ମନୋହର ପାଣିଗ୍ରାହୀ, ଚାଷୀନେତା ଅରବିନ୍ଦ ପଣ୍ଡା, କନିଷ୍ଠ ଯନ୍ତ୍ରୀ ବିକାଶ ଅଧା, ପୂର୍ବତନ ସଭାପତି ଡାକ୍ତର ସୁନୀଲ ପଣ୍ଡା, ପୂର୍ବତନ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ପୂର୍ବତନ ସମ୍ପାଦକ ମନୋଜ ଦାଶ ଏବଂ ପୂର୍ବତନ ସଭାପତି ଜିତେଶ ପୁରୋହିତ ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଗାଇସିଲେଟ ୟୁଥ୍ କ୍ଲବର ସଭାପତି ରଞ୍ଜନ କୁମାର ପଣ୍ଡା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଶିବିରର ସଫଳ ଆୟୋଜନରେ କ୍ଲବର ଉପସଭାପତି ତ୍ରିବିକ୍ରମ ପୁରୋହିତ, ସହ-ସମ୍ପାଦକ ସୋନୁ ପଣ୍ଡା, ଅମରେଶ ପୁରୋହିତଙ୍କ ସମେତ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମନୀଷ ରଞ୍ଜନ ସାହୁ, ଦିନେଶ ପାଣିଗ୍ରାହୀ, ହରିଶ ସାହୁ ଓ ଶିବପ୍ରସାଦ ପାଢ଼ୀ ସକ୍ରିୟ ସହଯୋଗ କରିଥିଲେ। ଏହାସହ ଗାଇସିଲେଟ ୟୁଥ୍ କ୍ଲବର ସମସ୍ତ ସଦସ୍ୟ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ ଆୟୋଜକମାନଙ୍କ ପକ୍ଷରୁ ସମସ୍ତ ରକ୍ତଦାତା, ଅତିଥି, ସହଯୋଗୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର ଓ ମାନବସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକମାନେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *