Headlines

ନିଟ୍‌ରେ କୃତିତ୍ୱ ହାସଲ କଲେ ସ୍ମିତାରାଣୀ, ଗାଇସିଲେଟ ଅଞ୍ଚଳ ପାଇଁ ଆଣିଲେ ଗୌରବ

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ : 30/8/2026:

ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଶରଧାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ କରିମୁଣ୍ଡା ଗ୍ରାମର ରାଧାକାନ୍ତ ବାଗଙ୍କ ଝିଅ ସ୍ମିତାରାଣୀ ବାଗ ୨୦୨୬ ନିଟ୍‌ ପରୀକ୍ଷାରେ କୃତିତ୍ୱ ହାସଲ କରି ନିଜ ପରିବାର ସମେତ ସମଗ୍ର ଅଞ୍ଚଳ ଓ ଗାଇସିଲେଟ ଲକ୍ଷେଘର ସମାଜ ପାଇଁ ଗୌରବ ଆଣିଛନ୍ତି। ସ୍ମିତାରାଣୀଙ୍କ ଏହି ସଫଳତା ପାଇଁ ଗାଇସିଲେଟ ଲକ୍ଷେଘର ସମାଜ ଓ ସିଡୁଲ କାଷ୍ଟ କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ବ୍ଲକ ସଭାପତି ଗୋଲାପ ପାଇକ, ସମ୍ପାଦକ ସଞ୍ଜୟ କୁମାର ଦୀପ, କୋଷାଧ୍ୟକ୍ଷ ମହେନ୍ଦ୍ର କଲେତ, ପଞ୍ଚାୟତ ସଭାପତି କଳ୍ପତରୁ କର୍ଣ୍ଣାଲ, ଉପଦେଷ୍ଟା ସଭ୍ୟ ଆରୁଣି ମହାନନ୍ଦ ଓ ପ୍ରଶନ୍ନ କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ। ଫିଡ୍‌ ବରଗଡ଼ ପକ୍ଷରୁ ସ୍ମିତାରାଣୀଙ୍କୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ସହ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉପସ୍ଥିତ ସଦସ୍ୟମାନେ ସ୍ମିତାରାଣୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ଜଣେ ସଫଳ ଡାକ୍ତର ହୋଇ ଗରିବ, ଅସହାୟ ଓ ଆବଶ୍ୟକତାରେ ଥିବା ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ। ସ୍ମିତାରାଣୀଙ୍କ ଏହି ସଫଳତା ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିବା ବେଳେ ତାଙ୍କ ଉପଲବ୍ଧି ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Leave a Reply

Your email address will not be published. Required fields are marked *