Headlines

ଗୋ ମାତା ସୁରକ୍ଷା ଯୋଜନା ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ

ଲିପିକା ଦାସ / ସ୍ୱତନ୍ତ୍ର ପ୍ରତିନିଧି /ରାଉରକେଲା : 12/08/26 ପ୍ରାଣୀ ସମ୍ପଦ ବିକାଶ ବିଭାଗ, ସୁନ୍ଦରଗଡ଼, ପାନପୋଷ ଉପଖଣ୍ଡରେ ଅଦ୍ୟ ” ଗୋ ମାତା ସୁରକ୍ଷା ଯୋଜନା ” ଅନ୍ତର୍ଗତ ବୁଲା ଗାଈ ଗୋରୁ ମାନଙ୍କୁ ରିଫଲେକ୍ଟିଭ ରେଡ଼ିଅମ ବେଲ୍ଟ ପିନ୍ଧା ଯିବାର କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା. ଏହି ସମୟରେ ସୁଶ୍ରୀ ଦିନାହ ଦାସ୍ତା୍ଗୀର, କମିଶନର ଆର.ଏମ. ସି, ଡା8 ପ୍ରସନ୍ନ କୁମାର ମହାରଣା ଏସ ଡ଼ି ଭି ଓ, ପାନପୋଷ, ଶ୍ରୀଯୁକ୍ତ ତରୁଣ କାନ୍ତ, ଡେପୁଟି କମିଶନର, ଆର.ଏମ. ସି, ଶ୍ରୀଯୁକ୍ତ ମାନସ ପୃଷ୍ଟି, ଏମ ଭି ଆଇ ରାଉରକେଲା ଏବଂ ଉପଖଣ୍ଡର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକମାନେ, ଆନିମଲ ହେଲ୍ପ ଲାଇନର କର୍ମଚାରୀ ଏବଂ ଆର. ଏମ.ସି. ର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରି ଥିଲେ I ଓଡିଶା ସରକାରଙ୍କ ତରଫରୁ ରାସ୍ତାରେ ଘଟୁଥିବା ଦୁର୍ଘଟଣାରେ ମନୁଷ୍ୟ ଏବଂ ଗାଈ ଗୋରୁଙ୍କର ପ୍ରଣାହାନିରୁ ରକ୍ଷା କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି I ଆଗାମୀ ଦିନରେ ଜାତୀୟ ରାଜପଥ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଂଚଳରେ 3000 ବୁଲାଗୋରୁଙ୍କୁ ଏହି ବେଲ୍ଟ ପିନ୍ଧାଇବାର ଲକ୍ଷ ଧାର୍ଯ୍ୟ କରାଯାଇଛି I.

Leave a Reply

Your email address will not be published. Required fields are marked *