Headlines

ଚିକିଟୀ: ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ପେଣ୍ଠ – ଏ ଚାମ୍ପିୟନ

ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ

ଚିକିଟୀ — ମା ବାଳକୁମାରୀ ଭଲିବଲ ଟିମ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ ଚିକିଟୀ ଗଡ ରାଜକବି ରାଧାମୋହନ ବିଦ୍ୟାପୀଠ ଖେଳ ପଡିଆ ଠାରେ ଦୁଇଦିନିଆ ଦିବାରାତ୍ରି ମା ବାଳକୁମାରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ଅତି ଶୃଙ୍ଖଳିତ ଭାବେ ଉଦଯାପିତ ହୋଇଯାଇଛି। ଗତ ବୁଧବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଦ୍ଧେଶ୍ୱର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏସ ଏମ ସି ସଭାପତି ହରିଶ୍ଚନ୍ଦ୍ର ଦାସ ଓ ପଣ୍ଡିତ ବଳରାମ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ। ଚିକିଟୀ ଏନ ଏ ସି ର ମୋଟ ଛଅ ଗୋଟି ଟିମକୁ ନେଇ ଏହି ପ୍ରତିଯୋଗିତା ହୋଇଥିଲା। ଅଞ୍ଚଳର ଯୁବପିଢି ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବଢାଇବା ସହ ପ୍ରତିଭାବାନ ଖେଳାଳିଙ୍କୁ ଉତ୍ସାହ କରିବା ଏହି ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚର ମୂଳ ଲକ୍ଷ୍ୟ ବୋଲି ଆୟୋଜନର ମୁଖ୍ୟ ପରିଚାଳକ ତଥା ବରିଷ୍ଟ ଖେଳାଳି ଅଶୋକ ପାଣିଗ୍ରାହୀ କହିଛନ୍ତି।

ସେମି ଫାଇନାଲ ରେ ବିଜୟ ହୋଇ ଆସିଥିବା ଚିକିଟୀ ପେଣ୍ଠ – ଏ ଓ କରବାଲୁଆ ଟିମ୍ ମଧ୍ୟରେ ଗୁରୁବାର ରାତ୍ର ଅତି ସଂଘର୍ଷପୂର୍ଣ୍ଣ ଭାବେ ଫାଇନାଲ ମ୍ୟାଚ ସମାପ୍ତ ହୋଇଥିଲା। ଉକ୍ତ ମ୍ୟାଚରେ ପେଣ୍ଠ – ଏ ଟିମ୍ କରବାଲୁଆ ଟିମକୁ ୨/୧ ସେଟ୍ ରେ ପରାସ୍ତ କରି ବିଜୟ ହାସଲ କରିଛି। ବହୁଦିନ ପରେ ଅଞ୍ଚଳରେ ହୋଇଥିବା ଏପରି ଏକ ଦିବାରାତ୍ରି ଟୁର୍ଣ୍ଣାମେଣ୍ଟକୁ ଶହ ଶହ ଖେଳାଳି ଓ କ୍ରୀଡ଼ାପ୍ରେମୀ ଭିଡ ଜମାଇବା ସହ ଖେଳର ଆନନ୍ଦ ଅନୁଭବ କରି ଆୟୋଜକ ଏବଂ ପରିଚାଳନା କମିଟି ସଦସ୍ୟ ମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ମ୍ୟାଚ ଗୁଡିକରେ ରେଫେରି ଭାବେ ରାଜେନ୍ଦ୍ର ପ୍ରଧାନ ଓ ଅଶୋକ ପାଣିଗ୍ରାହୀ ସ୍କୋରୋର ରେ ଲକ୍ଷ୍ମୀ ଦାସ ଏବଂ ଭାଷ୍ୟକାର ପ୍ରମୋଦ ଭାଇ ଦାୟିତ୍ଵ ତୁଲାଇଥିଲେ। ଉଦଯାପନୀ ଉତ୍ସବରେ ପୂର୍ବତନ ବରିଷ୍ଟ ଖେଳାଳି ଶ୍ରୀ ଜନାର୍ଦ୍ଦନ ଜେନା(ଆନ୍ନା)ଏବଂ ଶ୍ରୀ ଜେ. ପୂର୍ଣ୍ଣଚନ୍ଦ୍ର ଆଚାରୀ ଉପସ୍ଥିତ ରହି ଚିକିଟୀ ପେଣ୍ଠ – ଏ ଟିମ୍ କୁ ବିଜୟ ଟ୍ରଫି ଏବଂ କରବାଲୁଆ ଟିମ୍ କୁ ପରାଜୟ ଟ୍ରଫି ପ୍ରଦାନ କରିବା ସହ ବେଷ୍ଟ ନେଟର୍ ଭାବେ ବଳିଆ ଓ ଵେଷ୍ଟ ଖେଳାଳି ଭାବେ ବଣ୍ଟି (ପେଣ୍ଠ – ଏ) ଏବଂ ବେଷ୍ଟ ହିଟର୍ ଭାବେ ଗଗନ୍ (ଗଡ଼ – ଏ) ଟିମ୍ ଖେଳାଳିଙ୍କୁ ଟ୍ରଫି ଦେଇ ସମ୍ମାନିତ କରିଥିଲେ। ଉକ୍ତ ମ୍ୟାଚରେ ରାମଶଙ୍କର ପଟ୍ଟନାୟକ, ସନ୍ତୋଷ ସାହୁ, ଡି. ଆନନ୍ଦ ରାଓ ଆଚାରୀ, ସୀମାଞ୍ଚଳ ସାହୁ, ଜିତୁ, ବାପି, ବାବୁଲି, ଚୁଲବୁଲ, ରୁନା, ରିଙ୍କୁ, କେଞ୍ଚୁ, ପପୁ,ଅରବିନ୍ଦ ଓ ଅଞ୍ଚଳର ଯୁବପିଢି ମାନଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟ ଟି ସଫଳ ରୂପାୟନ ହୋଇପାରିଥିଲା।

Leave a Reply

Your email address will not be published. Required fields are marked *