Headlines

ଚିତ୍ରକୋଣ୍ଡା ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା: ୧୨ ଟି ଚୋରି ବାଇକ୍ ଜବତ ସହ ୧୨ ଅଭିଯୁକ୍ତ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୨/୦୮/୨୬: ଚୋରା ବାଇକ୍ କାରବାର ବିରୋଧରେ ଚିତ୍ରକୋଣ୍ଡା ପୁଲିସକୁ ବଡ଼ ସଫଳତା ମିଳିଛି। ୨୫ ଦିନ ମଧ୍ୟରେ ବାଇକ୍ ଚୋରି ସମ୍ପର୍କିତ ୭ଟି ମାମଲାର ତଦନ୍ତ କରି ପୁଲିସ ୧୨ଟି ବାଇକ୍ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଜବତ ବାଇକ୍ ମଧ୍ୟରୁ ୬ଜଣ ପ୍ରକୃତମାଲିକଙ୍କୁ ଚିହ୍ନଟ କରାଯାଇ ହସ୍ତାନ୍ତର କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଏସପି ବିନୋଦ ପାଟିଲ ଏଚ୍ ସୂଚନା ଦେଇଛନ୍ତି। ଅଞ୍ଚଳ ପୁଲିସ ସୂତ୍ରରୁ ପ୍ରକାଶ, ଚିତ୍ରକୋଣ୍ଡା ଥାନା କରେ ଲଗାତାର ଭାବେ ବାଇକ୍ ଚୋରି ହେଉଥିଲେ। ଏହାକୁ ଗୁରୁତ୍ଵ ସହ ପୁଲିସ ଗ୍ରହଣ କରି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । କଡ଼ାକଡ଼ି ପାଟ୍ରୋଲିଂ ଓ ଲଗାତାର ତଦନ୍ତ ଫଳରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ୍‌ ଗୁଡ଼ିକୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷେ ଚୋରି ହୋଇଥିବା ବାଇକ୍ ଫେରିପାଇ ଗାଡ଼ିମାଲିକମାନେ ପୁଲିସର ଏପରି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏନେଇ ଥାନାଧିକାରୀ ଜୟନାରାୟଣ ଖଣ୍ଡେଇ କହିଛନ୍ତି ଯେ, ପୁଲିସ ଟିମର ସତର୍କ ପାଟ୍ରୋଲିଂ ଓ ସମନ୍ବିତ ଉଦ୍ୟମ ଯୋଗୁ ଏହି ସଫଳତା ମିଳିଛି। ଆଗାମୀଦିନରେ ମଧ୍ୟ ପାଟ୍ରୋଲିଂ କଡାକଡି କରାଯିବ। ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *