କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ /ସମୀକ୍ଷା ନ୍ୟୁଜ: ରାୟଗଡ଼ା ଜିଲ୍ଲା ରେ ଚୋରା ମଦ ବିକ୍ରୟକୁ ରୋକିବା ସକାଶେ ପ୍ରଶାସନ ସକ୍ରିୟ ହୋଇଛି।
ରାୟଗଡା ଉପଜିଲ୍ଲାପାଳ, ନେତୃତ୍ୱରେ ରାୟଗଡା ସବଡ଼ିଭିଜନର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ଓ ଅବୈଧ ମଦ ବିରୋଧୀ ଅଭିଯାନ ଆରମ୍ଭ କରାଯାଇଛି।
ସମ୍ପୂର୍ଣ୍ଣ ବନ୍ଦ କରିବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ ବୋଲି ଉପଜିଲ୍ଲାପାଳ ରମେଶ ଜେନା ସୂଚନା ଦେଇଛନ୍ତି।

ବ୍ୟାପକ ଭାବେ ଚୋରା କାରବାର ହେଉଥୁବା ଜେ.କେ.ପୁର, କାଶୀପୁର, ରିଭଲକୋଣା ଓ ଲକ୍ଷ୍ମୀପୁର, ଗାଡିଶେଶଖାଲ ଅଞ୍ଚଳର ବିଭିନ୍ନ ରାସ୍ତାପାର୍ଶ୍ୱ ଦୋକାନ ଓ ଢାବାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଏବଂ ଅନ୍ୟାନ୍ୟ ଅବୈଧ ମଦ/ନିଶାଦ୍ରବ୍ୟ ଜବତ କରାଯାଇଥିଲା। ଏହାପରେ ଅବକାରୀ ଟିମ୍ କୋଲନରା ତହସିଲ ଅଧୀନସ୍ଥ ମିନାଝୋଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିକଟ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାହାଡ଼, ଜଙ୍ଗଲ ଅଞ୍ଚଳରେ ଵେଦେଡ଼କ ଭାବେ ବେଆନ ଭାବେ ଚାଲିଥିବା ମଦ ପ୍ରସ୍ତୁତି ଘରେ ଚଢ଼ାଉ କରାଯାଇଥିଲା।
ସେଠାରୁ ବିପୁଳ ପରିମାଣର ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ମଦ ଏବଂ ବିଭିନ୍ନ ପ୍ରକାରର ଜାର୍, ମଦ ପ୍ରସ୍ତୁତି ସାମଗ୍ରୀ ଆଦି ଠାବ କରାଯାଇଥିଲା। ମଦ ପୋଚ ଗୁଡିକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା।

ଅବକାରୀ ନିରୋଧୀ ଅଭିଯାନରେ ଜିଲ୍ଲା ମୋବାଇଲ୍ ୟୁନିଟ୍, ରାୟଗଡ଼ା ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମନେ ସାମିଲ ହୋଇଥିଲେ।
ଅବୈଧ ମଦ ପ୍ରସ୍ତୁତି ଓ ବିକ୍ରୟ ସମ୍ପର୍କରେ କୌଣସି ସୂଚନା ମିଳିଲେ ନିକଟସ୍ଥ ଅବକାରୀ କାର୍ଯ୍ୟାଳୟ କିମ୍ବା ପ୍ରଶାସନକୁ ତୁରନ୍ତ ଅବଗତ କରିବାକୁ ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି।



Total Users : 3623