
ଟାଙ୍ଗୀ ୬/୯/୨୬ ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ /ଖୋର୍ଦ୍ଧା
ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ଟାଙ୍ଗୀ ଡାକ ବଙ୍ଗଳାଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ସାମ୍ବାଦିକ ସଙ୍ଘର ସଭାପତି ରାମଚନ୍ଦ୍ର ପରିଡାଙ୍କ ସଭାପତି ତ୍ବରେ ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟ କ୍ରମରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ,ଖୋର୍ଦ୍ଧା ବିଧାୟକଙ୍କ ପ୍ରତିନିଧି ଭାଗିରଥି ସାମନ୍ତରାୟ,ଭୁବନେଶ୍ୱର ସାଂସଦଙ୍କ ପ୍ରତିନିଧି ଚିନ୍ମୟ କୁମାର ପୃଷ୍ଟି, ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ବିଜୟ କୁମାର ରାଉତ,ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ,ପୋଲିସ ଏସଆଇ ବସନ୍ତ କୁମାର ବେହେରା,ଏସଆଇ ତପନ କୁମାର ପ୍ରଧାନ, ଆତ୍ମା ସଭାପତି ସୁକାନ୍ତ ରାଉତରାୟ,ଚିଲିକା କେନ୍ଦ୍ରୀୟ ମସ୍ଚ୍ୟ ସମବାୟ ସମିତି ନିର୍ଦ୍ଦେଶକ ଦିଲିପ କୁମାର ବେହେରା,ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ଜେନା,ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ lସମାଜ ଗଠନରେ ସଦା ସର୍ବଦା ଗଣମାଧ୍ୟମର ଉଲ୍ଲେଖନୀୟ ଭୂମିକା ରହିଛି lଗଣମାଧ୍ୟମ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଖବର ପଛରେ ନ ଦୌଡ଼ି ସୁସ୍ଥ ସମାଜ ଗଠନ ପାଇଁ ବ୍ରତୀ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ l

ତେବେ ଟାଙ୍ଗୀ ଏନ ଏ ସି ନୂତନ ଭାବେ ଗଠନ ହୋଇ ଥିବାରୁ ସାମ୍ବାଦିକମାନେ ଉକ୍ତ ଏନ ଏ ସିକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା lଏହା ସହ ଟାଙ୍ଗୀ ବ୍ଲକ ସାମ୍ବାଦିକ ସଙ୍ଘକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଯୁବ ସାମ୍ବାଦିକ ମନୋଜ କୁମାର ନାଇଡ଼ୁଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ସର୍ବସମ୍ମତି କ୍ରମେ ଘୋଷଣା କରାଯାଇଥିଲା। ଶେଷରେ କାର୍ଯକାରୀ ସଭାପତି ମନୋଜ କୁମାର ନାଇଡ଼ୁ ଧନ୍ୟବାଦ ଅର୍ପଣ କରିଥିଲେ lଅନୁଷ୍ଠିତ କାର୍ଯ୍ୟକ୍ରମରେ ସଙ୍ଘର ଉପ ସଭାପତି ଦୁର୍ଗା ପ୍ରସାଦ ଦାଶ,ସାଧାରଣ ସମ୍ପାଦକ ସରୋଜ କୁମାର ପାଇକରାୟ, ସହ ସମ୍ପାଦକ ସୁଧୀର କୁମାର ବେହେରା, କୋଷାଧକ୍ଷ କମଳ ଲୋଚନ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ lବନ୍ଧୁ ମିଳନ କାର୍ଯ୍ୟକ୍ରମ ପରେ ସଙ୍ଘର ସମସ୍ତ ସଦସ୍ୟ ଏବଂ ଅତିଥି ମାନେ ଏକାଠି ହୋଇ ମଧ୍ୟାହ୍ନ ଭୋଜନ କରିଥିଲେ lଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶୁଭ୍ର ରଂଜନ ସାହୁ,ସୂର୍ଯ୍ୟକାନ୍ତ ସାହୁ,ରୀନା ସାହୁ,ବିଭୁତି ପ୍ରଧାନ, ଅଭିଜିତ ଦାଶ,ପ୍ରସନ କୁମାର ବରାଳ, ବାଲୁଙ୍କେଶ୍ୱର ବେହେରା,କ୍ରିଷ୍ଠା ଚନ୍ଦ୍ର ଘଡ଼ାଇ,ଯଦୁମଣୀ ବେହେରା,ପ୍ରବୋଧ କୁମାର ବିଶ୍ୱାଳ,ମଦନ ସୁନ୍ଦର ସାହୁ,ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ l



Total Users : 6776