
ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ
ପବିତ୍ର ଗୁରୁ ଦିବସ ଅବସରରେ କଟକ ସ୍ଥିତ ଉତ୍କଳ ସାହିତ୍ୟ ସମାଜର ଶତାବ୍ଦୀ ଭବନ ଠାରେ ଏ ବର୍ଷର ରାଜ୍ୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ମାନ ସମ୍ବର୍ଦ୍ଧନା ଉତ୍ସଵ ବିଦ୍ୟା ବିକାଶ ପରିଷଦ, ଓଡ଼ିଶା ଦ୍ଵାରା ଆୟୋଜିତ ହୋଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବଶିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଆଇଏଏସ୍ ଶ୍ରୀଯୁକ୍ତ ରତ୍ନାକର ରାଉତ ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଅବସରପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ତଥା ସିଦ୍ଧାଗିରି ଆଶ୍ରମ ର ବାବା ବିଶ୍ୱନାଥ ଦାଶ ତଥା ଅନ୍ୟ ବରେଣ୍ୟ ଅତିଥି ଙ୍କ ଉପସ୍ଥିତି ରେ ଉଦଘାଟିତ ହୋଇଥିଲା।

ଏହି ସମ୍ବର୍ଦ୍ଧନା ଉତ୍ସବ ରେ ରାଜ୍ୟ ର ସମସ୍ତ ଜିଲ୍ଳା ର ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସର୍ବପଲ୍ଲୀ ଗୁରୁ ସମ୍ମାନ -୨୦୨୬ ଦ୍ୱାରା ସମ୍ମାନୀତ କରା ଯାଇଥିଲା ଏହି ସମ୍ବର୍ଦ୍ଧନା ଉତ୍ସବ ରେ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବଣାଇ ବ୍ଲକ୍ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ରୁଗୁଡା ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ବାଙ୍କ ଙ୍କୁ ସଭପତି ଅଵସର ପ୍ରାପ୍ତ ବିଚାରପତି ଶ୍ରୀଯୁକ୍ତ ରତିକାନ୍ତ ମହାପାତ୍ର ତଥା ଅଵସର ପ୍ରାପ୍ତ ଶିକ୍ଷା ପ୍ରଶାସକ ଆଇଏଏସ୍ ଶ୍ରୀଯୁକ୍ତ ରତ୍ନାକର ରାଉତ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମୂରଲୀଧର ବାଙ୍କ ଏହି ସଫଳତା ର ଶ୍ରେୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିଜର ସମସ୍ତ ଶିକ୍ଷକ ଙ୍କୁ ଦେଇ ଥିଲେ ।



Total Users : 6776