Headlines

ଡିକିରୁ ୧୪୫ ଗ୍ରାମ ହେରୋଇନ୍ ଜବତ ଆନୁମାନିକ ମୂଲ୍ୟ 14ଲକ୍ଷ 50ହଜାର


ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ/ ତା 16/9/26(ନି ପ୍ର )
ଭଦ୍ରକ ଜିଲ୍ଲା ଅସୁରାଳି ପଞ୍ଚାୟତ ଉଚ୍ଚପଡ଼ା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୪୫ ଗ୍ରାମ ହେରୋଇନ୍‌ ଜବତ କରାଯାଇଛି। ଜବତ ହେରୋଇନ୍‌ର ଅନୁମାନିକ ମୂଲ୍ୟ ପ୍ରାୟ ୧୪ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି।
ଗୁପ୍ତ ସୂଚନା ଆଧାରରେ ଭଦ୍ରକ ଅବକାରୀ ମୋବାଇଲ୍‌ ଟିମ୍‌ ଉଚ୍ଚପଡ଼ା ଅଞ୍ଚଳରେ ଚଢ଼ଉ କରିଥିଲା। ଏହି ସମୟରେ OD-22-Y-4119 ନମ୍ବର ବିଶିଷ୍ଟ ଏକ ସ୍କୁଟିର ଡିକିରୁ ୧୪୫ ଗ୍ରାମ ହେରୋଇନ୍‌ ଜବତ ହୋଇଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତ ତନ୍ମୟ ବାଇ (୩୩) ଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ତାଙ୍କ ଘର ଧାମନଗର ଥାନା ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଅଞ୍ଚଳରେ ବୋଲି ଜଣାପଡ଼ିଛି।


ଅବକାରୀ ସୁପରିଣ୍ଟେଣ୍ଡେଣ୍ଟ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସୁଚରିତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉ ଟିମ୍‌ରେ ଇନ୍ସପେକ୍ଟର ରାଜକିଶୋର ଜେନା, ସବ୍‌ଇନ୍ସପେକ୍ଟର ନଟବର ମହାଳିକଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।
ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ୍‌ ନମ୍ବର ୨୭୯/୨୬ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave a Reply

Your email address will not be published. Required fields are marked *