ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି- ୨୮/୮-
ସନ୍ଥଙ୍କ ଭାଷାରେ ମନ୍ଦିର ମସ୍ଜିଦ୍ ଗିର୍ଜା ଘର ନାମରେ ଏକମାତ୍ର ଭଗବାନଙ୍କୁ ବହୁରୂପରେ ବାଣ୍ଟିନେଲେ ।
ଏକମାତ୍ର ଧରିତ୍ରୀ ମାତାଙ୍କୁ ବହୁ ଦେଶରେ ବାଣ୍ଟିନେଲେ । ମହାସାଗରକୁ ବହୁ ନାମରେ ଭାଗକରି ବାଣ୍ଟିନେଲେ । ହେଲେ, ଏକମାତ୍ର ମାନବ ସମାଜକୁ ଜାତି-ଧର୍ମ ଆଳ ଦେଖାଇ ନିଜ ନିଜର ସ୍ବାର୍ଥରେ ବହୁ ସମାଜରେ ବାଣ୍ଟି ପରସ୍ପର ବିଭେଦର ପ୍ରାଚୀର ଛିଡା କରାଇ ଉଚ୍ଚତର ମଣିଷ ଇତର ସମ ହୁଅନାହିଁ । ସାମାଜିକ ବିଷାଟ ବିରୋଧୀ ମତବାଦକୁ ସବୁବେଳେ ବିରୋଧ କରି ଆସିଥିବା ସଦ୍ଭାବନା ସମିତି ପବିତ୍ର ରାକ୍ଷୀ ପୂର୍ଣ୍ଣମୀ ତିଥିରେ ତା’ର ପାରମ୍ପରିକ ୫୬୬ତମ ମାସିକ ସନ୍ଥ ଦିବସ ବାରିପଦାସ୍ଥ ଗୋପବନ୍ଧୁ
ଭବନ ଓଁକାର ବାଟିକାରେ ପାଳନ କରିଛି । ସଭା ପ୍ରାରମ୍ଭରେ ଏ ମାସରେ ସର୍ବଧର୍ମକୁ ସମ୍ମାନ ଜଣାଇ ଠାକୁର ନିଗମାନନ୍ଦ, ସନ୍ଥ ତୁଳସୀ ଦାସ, ଶ୍ରୀଅରବିନ୍ଦ ଓ ହଜରତ ମହମ୍ମଦଙ୍କ ପ୍ରତି ସାମୁହିକ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସଭାରେ ଏବେ ଦୁର୍ନାମର କାରିଗର ମାନଙ୍କ ଉପରେ ସୁନାମର ମୋହର ଯୋଗୁଁ ଭାରତବର୍ଷ ସୁଖର ଦେଶର ତାଲିକାରେ ପୃଥିବୀରେ ୧୩୬ ସ୍ଥାନରେ ରହିବା ଦୁର୍ଭାଗ୍ୟଜନକ ପ୍ରସଙ୍ଗ ରଖାଯାଇଥିଲା ।

ଓଡିଶାରେ ମାନବ ଧର୍ମର ମାନ୍ତ୍ରିକ ସମିତିର ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବୁଗୁଡେଇଙ୍କ ପୌରହିତ୍ୟ ସଭାରେ ସମାଜରେ ନିଜକୁ ଅତି ଚାଲାକ୍ ଭାବୁଥିବା କୁଟ କପଟୀ କୃପଣମାନଙ୍କ ପାଇଁ ଈଶ୍ବରଙ୍କ ଲାଠିରେ ଶବ୍ଦ ନାହିଁ ବକ୍ତବ୍ୟ ରଖିଥିଲେ । ସଭାରେ ମୁଖ୍ୟଅତିଥି ଭାବେ ବାରିପଦା ଜେଲର
ଶଶୀକାନ୍ତ ମହାଳିକ, ମୁଖ୍ୟବକ୍ତା ଭାବେ ଡ. ଜଗତବନ୍ଧୁ ଆଚାର୍ଯ୍ୟ, ବକ୍ତା ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର
ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦାମୋଦର ପତି, ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ଡ. ଶଶଧର ବିଶ୍ୱାଳ,
ଅଜିତ କୁମାର କବାଟ, ଅଶୋକ କୁମାର ପଲେଇ, ହିମାଂଶୁ ଶେଖର ଦାସ, ନରସିଂହ ବାରିକ ଓ ସତ୍ୟାନନ୍ଦ ଶେଜପଡା ପ୍ରମୁଖ ଯୋଗଦେଇ ଲୋକ ଦେଖାଶିଖା ସଭା ସମିତିର ଆୟୋଜନ କରି ନିଜକୁ ବିଜ୍ଞପିତ କରିବା ଅପେକ୍ଷା ସଦ୍ଭାବନା ସମିତି ପରି
ଆତ୍ମ ସମୀକ୍ଷାର ସଭା ସମିତି ସମାଜକୁ ଭଲ ବାର୍ତ୍ତା ଦିଏ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରତିଷ୍ଠାତା ବୁଗୁଡେଇଙ୍କ ଜାଣିବା ଜିଣିବା ପତ୍ରିକା ଲୋକାର୍ପିତ ହୋଇଥିଲା । ସର୍ବଶେଷରେ ସୁଶ୍ରୀ ସନ୍ଧ୍ୟାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।



Total Users : 3623