Headlines

ଧାନମଣ୍ଡି :ଚାଷୀ ପଞ୍ଜିକରଣ ସମ୍ପୂର୍ଣ


ଭଗବାନ ମହାନ୍ତି/ସମୀକ୍ଷା ଖବର/ଜଗତସିଂହପୁର:

ଜଗତସିଂହପୁର, 07/09/2026:ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମ ପଞ୍ଚାୟତର ସେବା ସମବାୟ ସମିତି ଲିଃର କୃଷକ ପଞ୍ଜିକରଣ ସମ୍ପୂର୍ଣ ହୋଇଯାଇଛି | ସମିତି ସଚିବ ବାପି ହାତୀ ଅନୁଯାଇ ଆଜି ପର୍ଯ୍ୟନ୍ତ 792ଚାଷୀ ଙ୍କର ପଞ୍ଜିକରଣ ହୋଇଯାଇଛି |ଆଜି 11ଘଟିକା 30ମିନିଟ ପର୍ଯ୍ୟନ୍ତ ତାଙ୍କ ପାଖରେ 792ଚାଷୀଙ୍କ ଆବେଦନ ଆସିଥିଲା ଏବଂ ସମସ୍ତଙ୍କୁ ପଞ୍ଜିକୃତ କରାଦିଆଯାଇଛି |
ପ୍ରକାଶ ଥାଉ କି, ଗତ ବର୍ଷ ଏହି ସମିତିରେ 679ଚାଷୀ ପଞ୍ଜିକୃତ ହୋଇପାରିଥିଲେ |ଏବର୍ଷ ବିଭିନ୍ନ ବାଧା ଥିଲା, ବିଜୁଳି କାଟ, ଇଣ୍ଟରନେଟ ବାଧାପ୍ରାପ୍ତ ସତ୍ୱେ ସମସ୍ତ ଆବେଦନକାରୀ ଚାଷୀ ପଞ୍ଜିକୃତ କରାଯାଇଛି |ଏଥିରେ ଡାଟା ଏଣ୍ଟ୍ରି ଚାଳକର ନିଷ୍ଠା ଓ କୃଷକଙ୍କ ସହଯୋଗ ଅତି ଗୁରୁତ୍ୱପୂର୍ଣ |
ଅଞ୍ଚଳର କେତେକ କୃଷକମାନଙ୍କ ଅନୁଯାଇ ଏବର୍ଷ ସମସ୍ତ ଚାଷୀ ପଞ୍ଜିକୃତ ହୋଇ ଥିବାରୁ ସେମାନେ ଶ୍ରେୟ ମାଳ ରାଜସ୍ୱ ଆରକ୍ଷୀଙ୍କୁ ଦେଇଛନ୍ତି | ସେ ସମୟଭୀତରେ ବଂଶାବଳି ଦେଇଥିବାରୁ ଓ ସମିତି ନିୟମିତ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ସହ ସମସ୍ତେ ଖୁସି ଅନୁଭବ କରୁଛନ୍ତି |

Leave a Reply

Your email address will not be published. Required fields are marked *