Headlines

୭ ଦିନିଆ ଟେରାକୋଟା ପ୍ରଦର୍ଶନୀ ଉଦ୍ଦଯାପିତ:ଦର୍ଶକଙ୍କ ମନମୋହିଲା ରାଧା କୃଷ୍ଣଙ୍କ ମହା ରାହାସ, ରଥ ଓ ଜଗନ୍ନାଥଙ୍କ ସୃଜନଶୀଳ ଟେରାକୋଟା କଳାକୃତି

ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:

ଭୁବନେଶ୍ୱର,୮/୦୯/୨୬- ରାଷ୍ଟ୍ରୀୟ ଲଳିତ କଳା ଏକାଡେମୀ ଆଞ୍ଚଳିକ କେନ୍ଦ୍ର,ଖାରବେଳ ନଗରଠାରେ ଚାଲିଥିବା ୭ ଦିନିଆ ପାରମ୍ପରିକ ଓ ସମସାମୟିକ ଟେରାକୋଟା ପ୍ରଦର୍ଶନୀ ” ଦ କ୍ଲେ କଣ୍ଟିନ୍ୟୁଅମ୍” ଉଦ୍ଦଯାପିତ ହୋଇଯାଇଛି। ଉଦ୍ଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଲଳିତ କଳା ଏକାଡେମୀର ସଚିବ ଡ. ଦେବଯାନୀ ଭୁଇଆଁ ଯୋଗଦେଇ ପ୍ରଦର୍ଶନୀର ଭୂୟସୀ ପ୍ରଶଂସା କରିବା ସହିତ ଏହା ଆମ ଓଡ଼ିଶାର କଳା ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥିବା ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଫେସନ ଡିଜାଇନର ସବ୍ୟସାଚୀ ଶତପଥୀ,ବି. କେ.ଚାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ଡ. ମୀନକେତନ ପଟ୍ଟନାୟକ ଏବଂ ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଯୋଗଦେଇ ସାମ୍ପ୍ରତିକ ଓଡ଼ିଶାର ଟେରାକୋଟା କଳାକୃତିର ବିକାଶରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀ ମାନଙ୍କ କଳାକୃତି ଏକ ବିଶେଷ ଭୂମିକା ଗ୍ରହଣ କରିଛି ବୋଲି ମତପ୍ରକାଶ କରିଥିଲେ।

ଏହି ପ୍ରଦର୍ଶନୀରେ ରାଧା କୃଷ୍ଣଙ୍କ ମହା ରାହାସ,ରଥ ଓ ଜଗନ୍ନାଥଙ୍କ ସମ୍ପର୍କିତ କଳାକୃତି କଳାପ୍ରେମୀ ଦର୍ଶକଙ୍କୁ ଆକର୍ଷିତ କରିଛି ଓ ଆମୋଦିତ କରିଛି ବୋଲି ସମସ୍ତ ଅତିଥି ମତପ୍ରକାଶ କରିଥିଲେ।ପ୍ରାରମ୍ଭରେ ପ୍ରଦର୍ଶନୀର ନିର୍ଦ୍ଦେଶକ ସର୍ବେଶ୍ୱର ବିଶ୍ୱାଳ ଅତିଥି ମାନଙ୍କୁ ସ୍ୱାଗତ କରିବା ସହ ଏହାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ଓ ଆଗାମୀ ଦିନରେ ଏହିଭଳି ପ୍ରଦର୍ଶନୀରେ ଅନ୍ୟ ଶିଳ୍ପୀମାନଙ୍କୁ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ନରୋତ୍ତମ ଦାସ,ସରୋଜ କୁମାର ରାଉତ,ସଞ୍ଜୟ ମୁଦୁଲି,ଜୟଦେବ ରଣା, ବନ ରଣା,ସୁଧିରଞ୍ଜନ ମହାରଥା,ସୁକାନ୍ତ ମୁଦୁଲି ଓ ଋତୁପର୍ଣ୍ଣା ରାଉତ ପ୍ରମୁଖ ଶିଳ୍ପୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ଏବଂ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Leave a Reply

Your email address will not be published. Required fields are marked *