
ଶଙ୍କର୍ଷଣ ସାହୁ/ପରଜଙ୍ଗ/ସମୀକ୍ଷା ନିୟୁଜ/ 30/୦6: ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ଗ୍ରାମ ପଞ୍ଚାୟତ ର ଆଦିବାସୀ ଚେତନା ସଂଗଠନ ପକ୍ଷରୁ ବିଭିନ୍ନ ସମସ୍ୟା କୁ ନେଇ ପଦଯାତ୍ରା ସହ ଆସି ଆଖୁଆପାଳ ଗ୍ରାମ ପଞ୍ଚାୟତ ରେ ଗଣଧାରଣା ଦେଇଛନ୍ତି। ଆଖୁଆ ପାଳ ପଞ୍ଚାୟତ ର ଆଦିବାସୀ ବସ୍ତି ବାସିନ୍ଦା ମାନେ ହଜାର ହଜାର ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଲୋଗାନ ଦେଇ ତୁରନ୍ତ ଏହାର ସମାଧାନ ନିମନ୍ତେ ପଞ୍ଚାୟତ ସରପଞ୍ଚ ଓ ଗୋଷ୍ଠି ଅଧିକାରୀ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।ପଞ୍ଚାୟତ ରୁ ଆଦିବାସୀ ବସ୍ତି କୁ କଂକ୍ରିଟ ରାସ୍ତା ନିର୍ମାଣ, ସରକାରୀ ବିଦ୍ୟାଳୟ କୁ ଶ୍ରେଣୀଗୃହ ଓ ପାଚେରି ନିର୍ମାଣ, କମ୍ୟୁନିଟି ସେଣ୍ଟର, ବନ୍ୟଜନ୍ତୁ ହାତୀ ଆଦି ରୁ ରକ୍ଷା ପାଇଁ ସୋଲାର ଲାଇଟ୍ ସ୍ଥାପନ, ଅଙ୍ଗନା ୱାଡ଼ି ଗୃହ ନିର୍ମାଣ, ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା,ସୋଲାର ପାଇପ ଦ୍ଵାରା ଜଳ ଯୋଗାଣ ଓ ଜଙ୍ଗଲ ଅଧିକାର ଆଇନ ବ୍ୟବସ୍ଥା ରେ ବ୍ୟକ୍ତିଗତ ଏବଂ ଗୋଷ୍ଠିଗତ ଭାବେ ବସ୍ତି ବାସିନ୍ଦା ଙ୍କୁ ଦିଆଯାଉ ବୋଲି ଆଦିବାସୀ ଚେତନା ସଂଗଠନ ର ସଭାପତି ଲାଲ ମୋହନ ମୁର୍ମୁ ଓ ସମସ୍ତ ସଭ୍ୟ, ସଭ୍ୟା ଲିଖିତ ଦାବୀ କରି ଗଣ ଧାରଣା କରିଛନ୍ତି।


Total Users : 568