ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି/୩୦/୦୬/୨୬:
ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା କୁ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କର୍ମଶାଳା ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟତିଥି ଭାବେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗ ଦେଇ କର୍ମଶାଳା କୁ ଉଦଘାଟନ କରିଥିଲେ। ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ, ଶିଶୁ ଶ୍ରମିକ ମୁକ୍ତ ଓ ଶିଶୁ ଚାଲାଣ/ଶୋଷଣ ମୁକ୍ତ କରିବା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲା ପାଳ ଶ୍ରୀ ରାଜଶିର୍କେ ଆହ୍ବାନ ଦେବା ସହ ପ୍ରତ୍ୟେକ ବ୍ଲକସ୍ତରରେ ଶିଶୁ ଅଧିକାର ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଏକ କାର୍ଯ୍ୟ ପରିକଳ୍ପନା ଯୋଜନା ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସମ୍ମାନୀତ ଅତିଥିଭାବେ
ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗଦେଇ କହିଥିଲେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତଥା ବାଲ୍ୟବିବାହ ନିରାକରଣ ଅଧିକାରୀ ମାନଙ୍କୁ ଜିଲ୍ଲାରେ ହେଉଥିବା ବିବାହ ପାଇଁ ଘର ଛାଡୁଥିବା କିଶୋର ସଚେତନ କରାଇ ବାଲ୍ୟ ବିବାହର ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଜିଲ୍ଲାରେ ବଢୁଥିବା ଶିଶୁ କିଶୋରୀ ମାନଙ୍କୁ ସଚେତନତା କରାଯାଇ ଶିଶୁମାତୃତ୍ବର ସଂଖ୍ୟା ହ୍ରାସ ପାଇଁ ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ ପ୍ରଦାନ କରିଥିଲେ । ଶିଶୁ ମାନଙ୍କର ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣିତ ଆଇନ୍ ବ୍ୟବସ୍ଥା ଓ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଯଥା ଶାରୀରିକ, ମାନସିକ ଏବଂ ସମାଜିକ ଶୋଷଣରେ ସ୍ମୃକ୍ତ ଥିବା ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ନିର୍ଦ୍ଧାରିତ ଦଣ୍ଡ ବିଧାନ ବ୍ୟବସ୍ଥା ଉପ ଉପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ଆଲୋଚନା କରିଥିଲେ । ଜିଲ୍ଲାରେ ବାଲ୍ୟବିବାହକୁ ନିୟନ୍ତ୍ରଣ, ଶିଶୁମାନଙ୍କୁ ଯୌନ ଶୋଷଣରୁ ସୁରକ୍ଷା, ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଏବଂ ଦେଶାନ୍ତର ହେଉଥିବା ଶିଶୁମାନଙ୍କର ଉପଯୁକ୍ତ ଥଇଥାନ ସହ ପ୍ରତ୍ୟେକ ଶିଶୁମାନଙ୍କ ପାଇଁ ମୁକ୍ତି ଓ ବାଧ୍ୟତା ମୂଳକ ଶିକ୍ଷା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀମାନ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ସଚେତନତା କର୍ମଶାଳାରେ ଜିଲ୍ଲା ସମାଜ ମଙ୍ଗଳ ଅଧୂକାରୀ ଶ୍ରୀମତୀ ସୁଚେତା ପଲ ଜିଲ୍ଲାରେ କିଶୋରୀମାନଙ୍କୁ ସଚେତନ କରାଇ ସେମାନଙ୍କ ଦ୍ବାରା ହେଉଥିବା ବାଲ୍ୟବିବାହ ସ୍ଥିତିକୁ ନିୟନ୍ତ୍ରଣ କରାଇବା ସହ ପ୍ରତ୍ୟେକ ବିଦ୍ୟାଳୟ ମାନଙ୍କରେ ଆଡ଼ଭିକା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଇବା ପାଇଁ ସମସ୍ତ ବ୍ଲକ ସ୍ତରୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଡ଼ିଆ ପଞ୍ଚାୟତ ସମିତିର ଅଧ୍ଯକ୍ଷା ଶ୍ରୀମତୀ ଦେବେ ମାଢ଼ୀ ଯୋଗଦେଇ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀମାନଙ୍କୁ ପୁନର୍ବାର ଶିକ୍ଷା ବ୍ୟବସ୍ଥା ସହ ସାମିଲ କରାଇବା ଏବଂ ବିଦ୍ୟାଳୟ ସ୍ତରରେ ହେଉଥିବା ଶିକ୍ଷକ ଓ ଅଭିଭାବକମାନଙ୍କର ସମନ୍ବୟ ବୈଠକରେ ଶିଶୁମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଆଲୋଚନା କରି ସମସ୍ୟାର ସମାଧାନ କରିବା ପାଇଁ ନିର୍ବାହୀ ଅଧୂକାରୀମାନଙ୍କୁ ପ୍ରସ୍ତାବ ଦେଇଥିଲେ।ସମ୍ମାନୀତ ଅତିଥିଭାବେ
ଉପାଆରକ୍ଷୀ ଅଧିକାରୀ ଓନାମ ଲାକ୍ରା ଯୋଗଦେଇ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଠ ଆଇନ୍ ବ୍ୟବସ୍ଥାକୁ କାର୍ଯ୍ୟକାରି କରିବାରେ ପୋଲିସ୍ ର ଆବଶ୍ୟକୀୟ ସହଯୋଗ ଉପଲବ୍ଧ ହେବାର ଆଶ୍ବାସନା ପ୍ରଧାନ କରିବା ସହ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହାୟତାରେ ଜିଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧୂକାରୀ, ପୌର ପରିଷଦ ମାଲକାନଗିରି, ଏନଏସି ବାଲିମେଳା, ବଣ୍ଡା ଓ ଦିଦାୟୀ ସ୍ବତନ୍ତ୍ର ଉନ୍ନୟନ ଅଧିକାରୀ, ଜିଲ୍ଲାର ସମସ୍ତ ଶିଶୁ ମହିଳା ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏବଂ ଜିଲ୍ଲାରେ କାର୍ଯ୍ୟରତ ସାମାଜିକ ଅନୁଷ୍ଠାନ ତଥା ଶକ୍ତି ସାମାଜିକ ସଂସ୍ଥାର କର୍ମକର୍ତ୍ତା ମାନେ ଅଂଶ ଗ୍ରହଣ କରି ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତି, ଶିଶୁ ଶ୍ରମିକ ମୁକ୍ତ ଓ ଜିଲ୍ଲାରେ ବିପଦ ସଙ୍କୁଳ ଅବସ୍ଥାରେ ଅବସ୍ଥାନ କରୁଥିବା ଶିଶୁମାନଙ୍କୁ ଚିହ୍ନଟ କରି ସେମାନଙ୍କର ଆବଶ୍ୟକୀୟ ଥଇଥାନ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ୍ କରିବା ସହ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିଷ୍ପତି ନେଇଥିଲେ। ପରିଶେଷରେ ଶକ୍ତି ଅନୁଷ୍ଠାନର ଅଧିକାରୀ ଜି.ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।
ମାଲକାନଗିରି ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ନେଇ ସଚେତନତା କର୍ମଶାଳା।


Total Users : 565