Headlines

ମାଲକାନଗିରି : ମିଠାରେ ନିଶାଦ୍ରବ୍ୟ ଦେଇ ସୁନା ଚୋରି ଘଟଣା ରେ ଦୁଇ ଗିରଫ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି/୨୯/୦୬/୨୬:
ମାଲକାନଗିରି ପୋଲିସ କୁ ମିଳିଛି ଏକ ବଡ ସଫଳତା। ବହୁଦିନରୁ ଚାଲିଥିବା ସୁନା ଚୋରି, ଡ଼କାୟତି ଓ ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି ମାଲକାନଗିରି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗିରଫ ହୋଇଥବା ଦୁଇଜଣ ହେଲେ ମଦସୁ ଜନ ପାଉଲ (୨୭)ବର୍ଷ,ଗୁଣ୍ଠୁର ଜିଲ୍ଲା ଆନ୍ଦ୍ର ପ୍ରଦେଶ ଏବଂ ଅନ୍ୟ ଜଣେ ହେଲେ ଇନ୍ତୁରି ଅରୁଣା (୨୧)ବର୍ଷ,ଗୁଣ୍ଠୁର ଜିଲ୍ଲା ଆନ୍ଦ୍ର ପ୍ରଦେଶ ବାସିନ୍ଦା। ଗିରଫ ହୋଇଥିବା ଦୁଇ ଜଣଙ୍କ ଠାରୁ ପୋଲିସ ୨୦୦ଗ୍ରାମ ସୁନା ସହିତ ଦୁଇଟି ପିସ୍ତଲ, ୯ଟି ଗୁଳି, ଦୁଇଟି ଓଜନ ମେସିନ, ଗୋଟିଏ ଏଚ.ପି ଲେପଟପ, ଗୋଟିଏ ବାଜାଜ ଡମିନାର ମୋଟର ସାଇକେଲ ଜବତ କରିଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବହୁଦିନ ତଳେ ଆନ୍ଧ୍ରପ୍ରଦେଶ ରୁ ଆସି ନିଜକୁ ସ୍ୱାମୀ ସ୍ତ୍ରୀ ଭାବେ ପରିଚୟ ଦେଇ ମାଲକାନଗିରି ସଦରର ସୁନା ବ୍ୟବସାୟୀ ସୁବାସ ପାଟିଲଙ୍କ ଘରେ ଭଡାଟିଆ ଭାବରେ ରହି ସେମାନଙ୍କ ବିଶ୍ୱାସ ବିଷ ଦେଇଥିଲେ। ଦିନେ ସୁନା ବ୍ୟବସାଇଙ୍କ ପରିବାରକୁ ମିଠା ରେ ନିଶାଦ୍ରବ୍ୟ ଦେଇ ତାଙ୍କ ଘରୁ ୭୦୦ଗ୍ରାମ ସୁନା ଏବଂ ୨୦ଲକ୍ଷ ନଗଦ ଟଙ୍କା ଚୋରି କରିଥିବା ନେଇ ସୁନା ଦୋକାନୀ ୨ମାର୍ଚ୍ଚ ୨୦୨୧ ମସିହାରେ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରି ଏହି ଲୁଟ ଘଟଣା ରେ ଜଡିତ ଦୁଇ ଅଭିଯୁକ୍ତଙ୍କୁ ଧରିବାପାଇଁ ପ୍ରୟାସ ଆରମ୍ଭ କରିଥିଲେ କିନ୍ତୁ ଚାଲାକ ଅଭିଯୁକ୍ତ ମାନେ ପୋଲିସକୁ ଚକମା ଦେଇ ବାରମ୍ବାର ସ୍ଥାନ ପରିବର୍ତନ କରୁଥିବାରୁ ପୋଲିସ ଏମାନଙ୍କୁ ଧରିବାରେ ବିଫଳ ହୋଇ ଆସୁଥିଲେ। ଏମାନଙ୍କ ବିଷୟରେ ମାଲକାନଗିରି ପୋଲିସ କୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ମାଲକାନଗିରି ପୋଲିସ ର ଏକ ଟିମ ସୁଦୂର କନ୍ୟାକୁମାରୀ କୁ ଯାଇ ଲୁଟ ଘଟଣା ରେ ଜଡିତ ଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ମାଲକାନଗିରି ଆଣିଥିଲେ ।
ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ପୁଣି ପୋଲିସ ରିମାଣ୍ଡ କୁ ଆଣି ଅଧିକ ତଦନ୍ତ ଚଳାଇ ଥିବା ମାଲକାନଗିରି ପୋଲିସ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *