
ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ:
ପରଜଙ୍ଗ ୧୩/୦୯ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୂରାକାଟେଣି ଗ୍ରାମରେ ପୋଖରୀ ରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଜୟପୂରାକାଟେଣୀ ଗ୍ରାମର ବୃଦ୍ଧା ନିରାଶ ପରିଡା (୮୧) ଆଜି ସକାଳ ସମୟରେ ଗାଧୋଇବାକୁ ଯାଇ ଗ୍ରାମର ଚେକା ପୋଖରୀ ରେ ଗୋଡ ଖସି ଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିବା ଜଣା ପଡିଛି।ଘରକୁ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରି ଖବରପାଇ ଜାଣିବାକୁ ପାଇଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଓ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ସୁଦ୍ଧା ସେତେବେଳକୁ ବୃଦ୍ଧାଙ୍କ ମୃତ୍ୟୁ ହୋଇ ସାରିଥିଲା। ଏହି ଘଟଣା ଜାଣିବା ପରେ ଗାଁ ରେ ଶୋକ ର ଛାୟା ଖେଳି ଯାଇଛି।



Total Users : 6776