

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:
ବରଗଡ଼ ଜିଲ୍ଲା ଗାଇସିଲେଟ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଏକ ଧାର୍ମିକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଗଣେଶ ପୂଜା ଅବସରରେ ବ୍ୟାସ ଭାବେ ଲଳିତ କୁମାର ପଣ୍ଡା ଏବଂ କର୍ତ୍ତା ଭାବେ ଦଶମ ଶ୍ରେଣୀର ଛାତ୍ରୀ ଜ୍ୟୋତିଶିଖା ପୁରୋହିତ ଦାୟିତ୍ୱ ତୁଲାଇଥିଲେ।କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟ ପରିସରରେ ପୂର୍ବ ଛାତ୍ର ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ପୂର୍ବତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟ ସହ ନିଜର ପୁରୁଣା ସମ୍ପର୍କ ଓ ସ୍ମୃତିକୁ ମନେ ପକାଇବା ସହ ଆଗାମୀ ଦିନରେ ବିଦ୍ୟାଳୟର ବିକାଶ ଓ ଉନ୍ନତିରେ ସହଯୋଗ କରିବା ନେଇ ଆଲୋଚନା କରିଥିଲେ। ଅତିଥିମାନଙ୍କ ପରିଚୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଧର୍ମାନନ୍ଦ ମହଲା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଭାବେ ଆଗଲପୁରର ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ପାଠୀ ଯୋଗଦେଇ ଶିକ୍ଷା, ସଂସ୍କାର ଓ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସଭାପତି ଅରୁଣ କୁମାର ପାଣିଗ୍ରାହୀ, ସମ୍ପାଦକ ବୁଦ୍ଧଦେବ ପୁରୋହିତ, ସହ ଜିଲ୍ଲା ପ୍ରମୁଖ ମନୋଜ ପଣ୍ଡା ,ଅବସର ପ୍ରାପ୍ତ ଶିକ୍ଷକ ଦଶମଣି ସାହୁ ମଞ୍ଚାସୀନ ଥିଲେ ।

ଆଶାରାଣୀ ପୁରୋହିତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ରିତୁ ସାହୁ ବ୍ୟକ୍ତିଗତ ଗୀତ ଗାନ କରିଥିଲେ l ପୂର୍ବ ଛାତ୍ର ସମ୍ମିଳନୀର ପ୍ରମୁଖ ଜଗନ୍ନାଥ ପଟେଲ ଗୁରୁଜୀ ଙ୍କ ତତ୍ତ୍ୱାବଧାନ ରେ କାର୍ଯ୍ୟକ୍ରମଟି ହୋଇଥିଲା l ସମଗ୍ର କାର୍ଯ୍ୟକ୍ରମଟି କାର୍ଯ୍ୟକ୍ରମ ପ୍ରମୁଖ ଦୀପକ ରଂଜନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ସେବକ, ସେବିକା, ଭାଇ ଓ ଭଉଣୀମାନଙ୍କ ସହଯୋଗରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପ୍ରାଚୀର ପତ୍ରିକା “ଅମୃତ ଧାରା ” ସଭାପତି ଅରୁଣ କୁମାର ପାଣିଗ୍ରାହୀ ଙ୍କ କରକମଳ ରେ ଉନ୍ମୋଚନ ହୋଇଥିଲା
ପରିଶେଷରେ ପ୍ରେମରାଜ ମଟାରୀ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆୟୋଜନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁଜୀ-ଗୁରୁମା ଓ ପୂର୍ବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକତା, ଆତ୍ମୀୟତା ଓ ସଂସ୍କାରର ଭାବନାକୁ ଆହୁରି ସୁଦୃଢ଼ କରିଥିଲା।



Total Users : 6791