Headlines

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି -୨୬/୦୮
ଭବାନୀପାଟଣା: ଜିଲ୍ଲା ଯାଦବ ମହାସଭା ସଭାପତି ଶ୍ରୀ ଅଙ୍କୁର ଯାଦବଙ୍କ ଆହ୍ୱାନକ୍ରମେ ଜିଲ୍ଲା ଯାଦବ କାର୍ଯ୍ୟାଳୟ, ଭବାନୀପାଟଣାଠାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ପ୍ରତୀକ ସ୍ୱର୍ଗତ ବିନ୍ଦେଶ୍ୱରୀ ପ୍ରସାଦ (ବି.ପି.) ମଣ୍ଡଳଙ୍କ ୧୦୮ତମ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି।
ସମ୍ପାଦକ ଶ୍ରୀ ଉମାକାନ୍ତ ବାଗ ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ଉପଦେଷ୍ଟା ଶ୍ରୀ ଅର୍ଜୁନ କୁମାର ଧଙ୍ଗଡ଼ାମାଝୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଶ୍ରୀ ଶ୍ରବଣ କୁମାର ଗୁପ୍ତ ଓ ଶ୍ରୀ ସୀତାରାମ ଘି ଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ମଣ୍ଡଳଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।


ଏହି ଅବସରରେ ଶ୍ରୀ ଶ୍ରବଣ କୁମାର ଗୁପ୍ତ ସ୍ୱର୍ଗତ ବି.ପି. ମଣ୍ଡଳଙ୍କ ସାମାଜିକ ନ୍ୟାୟ କ୍ଷେତ୍ରରେ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ମଣ୍ଡଳ କମିଶନର ଅଧ୍ୟକ୍ଷ ଭାବେ ବି.ପି. ମଣ୍ଡଳ ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଅଧ୍ୟୟନ କରି ସେମାନଙ୍କ ଉନ୍ନତି ପାଇଁ ସରକାରଙ୍କୁ ବିଭିନ୍ନ ସୁପାରିଶ ପ୍ରଦାନ କରିଥିଲେ। ତାଙ୍କ ଅବଦାନ ଭାରତର ସାମାଜିକ ନ୍ୟାୟ ଆନ୍ଦୋଳନରେ ଏକ ଐତିହାସିକ ଅଧ୍ୟାୟ ସୃଷ୍ଟି କରିଥିବା ସେ ଉଲ୍ଲେଖ କରିଥିଲେ।
ସଭାରେ ଧବଳେଶ୍ୱର ବାଗ, ବୈଷ୍ଣବ ନାଗ, ବିଶ୍ୱନାଥ ବାଗ, ସୁବାଷ ନାଗ, ଦେବରାଜ ଗହୀର, କାହ୍ନୁଚରଣ ଗୌଡ଼, ସମୀପ ବେହେରା, ଘାସିରାମ ବଛା, ମନୋରଞ୍ଜନ ରଏ, ରଥାଙ୍ଗ ବେମାଲ, ଭବାନୀ ଶଙ୍କର ରାଉତ, ମଳୟ କୁମାର ଗୌଡ଼, ଉପେନ୍ଦ୍ର ଚଳାନ, ପବିତ୍ର ବାଗ, ପୂର୍ଣ୍ଣଚନ୍ଦ୍ର ରାଉତ, ରାଜେନ୍ଦ୍ର ବିଶି, ନୀଳକଣ୍ଠ ଗୌଡ଼, କୃଷ୍ଣଚନ୍ଦ୍ର ଛତ୍ରିଆ, ଦୀପକ ଗୋପାଳ ଓ ଜ୍ୟୋତିରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
ଉପସ୍ଥିତ ସଦସ୍ୟମାନେ ବି.ପି. ମଣ୍ଡଳଙ୍କ ଆଦର୍ଶ, ସାମାଜିକ ନ୍ୟାୟ, ପଛୁଆ ବର୍ଗଙ୍କ ଅଧିକାର ଏବଂ ବର୍ତ୍ତମାନ ସମାଜର ସ୍ଥିତି ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।
ପରିଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଅର୍ଜୁନ କୁମାର ଭାଟି ଧନ୍ୟବାଦ ଅର୍ପଣ କରିବା ପରେ ସଭା ସମାପ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *