Headlines

ବୋରିଗୁମ୍ମା: ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ସମୀକ୍ଷା: ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ବୋରିଗୁମ୍ମା ବୋଡିଗାଁ ରେ ଜଣେ ବ୍ୟକ୍ତି ଭାଲୁ ଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି।ଆଜି ସକାଳୁ ସକାଳୁ ବୋଡିଗାଁ ର ଗୁପ୍ତେଶ୍ଵର ନାୟକ ନାମକ ବ୍ୟକ୍ତି ଶୌଚ ହେବା ପାଇଁ ନିକଟରେ ଥିବା ନାଳ କୁ ଯାଇଥିଲେ ସେହି ସମୟରେ ଭାଲୁ ହଠାତ ଗୁପ୍ତେଶ୍ଵର ଙ୍କୁ ଆକ୍ରମଣ କରିଥିଲା।ଗୁପ୍ତେଶ୍ଵର ପାଟି କରିଥିଲେ ସେହି ସମୟରେ କିଛି ଗାଁ ଲୋକେ ପହଁଚିବା ବେଳକୁ ଭାଲୁ ଜଙ୍ଗଲ ଆଡକୁ ଚାଲି ଯାଇଥିଲା।ଗୁପ୍ତେଶ୍ଵର ଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କୁମୁଲି ମେଡ଼ିକାଲ ପରେ ବୋରିଗୁମ୍ମା ମେଡ଼ିକାଲ କୁ ଆଣିଥିଲେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।କିଛି ମାସ ଧରି ବିସିଂପୁର, ପୋଡାପଦର, ନୂଆଗାଁ ଏବଂ ବୋଡିଗାଁ ଅଞ୍ଚଳରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି।ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *