Headlines

ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌)ର ଦେଶବ୍ୟାପୀ ଆନ୍ଦୋଳନ: ମାଲକାନଗିରି ଜିଲ୍ଲାପାଳଙ୍କୁ ୧୧ ଦଫା ଦାବିପତ୍ର ପ୍ରଦାନ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୧୭/୦୮/୨୬: ମାଲକାନଗିରି ଜିଲ୍ଲାରେ ଶ୍ରମିକ ଓ କର୍ମଚାରୀଙ୍କ ହକ୍ ପାଇଁ ଗର୍ଜିଛି ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍)। ରାଞ୍ଚିଠାରେ ଆହୂତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି ଅନୁସାରେ ଦିଆଯାଇଥିବା ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ କ୍ରମେ ମାଲକାନାଗିରି ଜିଲ୍ଲା ଶାଖା ପକ୍ଷରୁ ଆଜି ହଜାର ହଜାର ଶ୍ରମିକ , ଅଙ୍ଗନାୱାଡ଼ି କର୍ମୀ ଓ ଆଶା କର୍ମୀ ରାଜରାସ୍ତାକୁ ଓହ୍ଲାଇ ସ୍ଥାନିୟ ବସ୍ ଷ୍ଟାଣ୍ଡ ଠାରୁ ବାହାରି ଏକ ରାଲି ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଦ୍ୱାରସ୍ଥ ହୋଇଛନ୍ତି। ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ଶ୍ରମମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ୧୧ ଦଫା ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି।
​ସଙ୍ଗଠିତ ଓ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକ ଏବଂ କର୍ମଚାରୀମାନଙ୍କର ଦୀର୍ଘଦିନର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରା ଯାଇଛି। ସଂଘର ମୁଖ୍ୟ ଦାବିଗୁଡ଼ିକ ମଧ୍ୟରେ ​ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ,
​ସମ୍ମାନଜନକ ବେତନ ଓ ସମାନ କାମକୁ ସମାନ ଦରମା,
​ନୂନ୍ୟତମ ମାସିକ ମଜୁରୀ ୩୦,୦୦୦ ଟଙ୍କା (ଦୈନିକ ୧୦୦୦ ଟଙ୍କା) ନିର୍ଦ୍ଧାରଣ,
​ଇପିଏସ୍-୯୫ ଅଧୀନରେ ନୂନ୍ୟତମ ପେନସନ୍ ବୃଦ୍ଧି ପ୍ରଭୃତି। ​ଏହି ସମାବେଶରେ ଅଲ୍ ଇଣ୍ଡିଆ ଆଶା ଆସୋସିଏସନ୍ ସଭାନେତ୍ରୀ ଜିମିମା ଖୋରା ଏବଂ ବିଏମ୍‌ଏସ୍ ଜିଲ୍ଲା ସଭାପତି ଥତା ଅଙ୍ଗନବାଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ଜେନା କହିଛନ୍ତି ଯେ, ଯଦି ସରକାର ଶୀଘ୍ର ଏହି ଦାବିଗୁଡ଼ିକ ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ସରକାରଙ୍କ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ​ଏହି ବିକ୍ଷୋଭ ପ୍ରଦର୍ଶନରେ ମାଲକାନଗିରି ଜିଲ୍ଲାର ବହୁ ସଂଖ୍ୟାରେ ଆଶା, ଅଙ୍ଗନବାଡ଼ି ଓ ବିଭିନ୍ନ କ୍ଷେତ୍ରର ଶ୍ରମିକମାନେ ଯୋଗ ଦେଇଥିଲେ। ଶ୍ରମିକ ଓ ଆଶା କର୍ମୀଙ୍କ ଏହି ୧୧ ଦଫା ଦାବି ଉପରେ କେନ୍ଦ୍ର ଓ ରାଜ୍ୟ ସରକାର କି ନିଷ୍ପତ୍ତି ନେଉଛନ୍ତି, ତାହା ଏବେ ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *