Headlines

ମା’ଙ୍କୁ କାଠଫାଳିଆରେ ପିଟିପିଟି ଲହୁଲୁହାଣ କଲେ ପୁଅ

କପ୍ତିପଦା ଉପଖଣ୍ଡ ୨୬/୬/୨୬(ଯଶୋବନ୍ତ ପରିଡା) ଜନ୍ମ କଲା ପୁଅ ସାଜିଲା ଅମଣିଷ। ଅତି ନିର୍ମମ ଭାବେ ମା’ଙ୍କୁ ବାଡେଇ ଲହୁଲୁହାଣ କଲେ ପୁଅ। ନିଶା ଖାଇ ଆସି କାଠ ଫାଳିଆରେ ଅନ୍ଧା ଦୁନିଆ ବାଡେଇଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ବଡାମପଦା ଗ୍ରାମରେ। ଗ୍ରାମର ପ୍ରମିଳା ବେହେରା ଘରେ ଏକୁଟିଆ ଥିବାବେଳେ ହଠାତ ଗତକାଲି ରାତ୍ର ସମୟରେ ସାନ ପୁଅ ରଂଜିତ ବେହେରା ଆସି ଏକ କାଠ ଫାଳିଆରେ ତାଙ୍କୁ ନିର୍ଘାତ ବାଡେଇ ଥିଲେ। କାଠ ଫାଳିଆରେ ବାଡେଇବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲା। ଫଳରେ ତାଙ୍କ ଦୁଇ ହାତ ଏବଂ ମୁଣ୍ଡ ସହିତ ଅଣ୍ଟାରେ ମଧ୍ୟ ମାଡ଼ ବସିଥିଲା। ମାଡ଼ ଫଳରେ ପ୍ରମିଳା ଗୁରୁତର ହୋଇପଡିଥିବା ବେଳେ ପାଟି କରିବାରୁ ପୁଅ ବୋହୂ ଆସି ତାଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରମିଳାଙ୍କ ଦେହରେ ଥିବା କ୍ଷତ ଚିହ୍ନ ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ପୁଅର ସେହି ଆକ୍ରମଣ। ଗୁରୁତର ଅବସ୍ଥାରେ ପ୍ରମିଳା ଏବେ ଉଦଳା ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି।

Leave a Reply

Your email address will not be published. Required fields are marked *