
ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ।
ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୦୯/୦୭/୨୬:
ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଜାଲ ରେ ଧରା ପଡ଼ିଛନ୍ତି ଖଣି ଉପନିର୍ଦ୍ଦେଶକ। ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଗିରଫ ହୋଇ ବିଭିନ୍ନ ସ୍ଥାନ ରେ ଥିବା ତାଙ୍କର କୋଠା ବାଡି ଆୟ ସମ୍ପତି ର ଖୋଲ ତାଡ଼ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ। ମାଲକାନଗିରି କୋରାପୁଟ ଦାଇତ୍ୱ ରେ ଥିବା ଖଣି ଉପନିର୍ଦେଶକ ସତ୍ୟଜିତ ରାଉତ ଲିଜ୍ ଅବଧି ପରେ ବିସ୍ତାର ଏବଂ ବାଲି ଉତ୍ସର ସ୍ପଟ୍ ନିଲାମରେ ଲାଭ ଯୋଗାଇବା ପାଇଁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଯାଞ୍ଜ ସମୟର ୨.୬୦ ଲକ୍ଷ ଟଙ୍କା ମିଳିଥିବାର ଏବଂ ଜବତ କରାଯାଇଛି , ମୋଟ ନଗଦ ଜବତ ୪. ୯୦ ଲକ୍ଷ ଟଙ୍କା, ମଙ୍ଗଳବାର ଦିନ ଜୟପୁର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଉପନିର୍ଦ୍ଦେଶକ (ଭୂତତ୍ତ୍ୱ)-ସହ-ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଭିଜିଲାନ୍ସ ଅଧିକାରୀ ମାନେ ଗିରଫ କରିଛନ୍ତି।ଭିଜିଲାନସ ହାତରେ ଧରା ପଡିବା ପରେ , ଶ୍ରୀ ରାଉତଙ୍କ ଜୟପୁରର ଲିଙ୍ଗରାଜ ନଗରରେ ଥିବା ଆବାସିକ ଘର, ବିଦ୍ୟାଧରପୁର, କଟକ ରେ ଥିବା ଘର ଏବଂ ଓଲକାନା, ମାହାଙ୍ଗା, କଟକ ରେ ଥିବା ଘର ଉପରେ ଏକକାଳୀନ ତଲାସ କରାଯାଉଛି।ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ କୋରାପୁଟ ଭିଜିଲାନ୍ସ ପି.ଏସ୍. ମାମଲା ନଂ ୧୪/୨୦୨୬ ପଞ୍ଜିକୃତ ହୋଇଛି। ଅଭିଯୁକ୍ତ ଶ୍ରୀ ରାଉତଙ୍କ ବିରୁଦ୍ଧରେ ମାମଲାର ତଦନ୍ତ ଜାରି ରହିଥିବାର ଭିଜିଲାନ୍ସ ବିଭାଗ ସୂତ୍ର ରୁ ସୂଚନା ମିଳିଛି।


Total Users : 565