ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି, ୨୦/୦୮/୨୬: ମାଲକାନଗିରି ବନଖଣ୍ଡ ଅନ୍ତର୍ଗତ ସତୀଗୁଡ଼ା ଡ୍ୟାମ୍ ନିକଟରେ ଜଣେ ବ୍ୟକ୍ତି ଗୋଟିଏ ମୃତ ଭାରତୀୟ ଅଜଗର ସାପ ବୋହି ନେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ବନ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୋସିଆଲ ମିଡିଆ ଭିଡିଓକୁ ଆଧାର କରି ମାଲକାନଗିରି ରେଞ୍ଜର ବନ ଓ କର୍ମଚାରୀମାନେ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ଆଧାରରେ ବୁଧବାର ସତୀଗୁଡ଼ା ଗ୍ରାମ ନିକଟରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ଅଭିଯୁକ୍ତଙ୍କ ନିକଟରୁ ତଲାସି ସମୟରେ ଗୋଟିଏ ମୃତ ଭାରତୀୟ ଅଜଗର ଓ
୫୦ ଗ୍ରାମ ଶୁଖିଲା ମାଂସ
ଜବତ କରାଯାଇଛି। ୧୯୭୨ ବନ୍ୟପ୍ରାଣୀ (ସୁରକ୍ଷା) ଆଇନ (୨୦୨୨ ସଂଶୋଧିତ) ର ଉଲ୍ଲଂଘନ ଅଭିଯୋଗରେ ବନ ବିଭାଗ ଗୋଟିଏ ମାମଲା ରୁଜୁ କରିଛି। ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତକୁ ମାନ୍ୟବର ଆଦାଲତକୁ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ମାଲକାନଗିରିରେ ବନ୍ୟପ୍ରାଣୀ ଅପରାଧ: ଅଜଗର ଶବ ଓ ଶୁଖିଲା ମାଂସ ଜବତ, ଜଣେ ଗିରଫ


Total Users : 3700