
ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା /ସମୀକ୍ଷା ନ୍ୟୁଜ:
କୋମନା/ତାରିଖ-14-09-2026
ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଧରା ଗ୍ରାମପଞ୍ଚାୟତ ର ସ୍ଥାନୀୟ ମା ଇନ୍ଦ୍ରାଦେଇ ପୀଠରେ ଭାଦ୍ରଵ ମାସ ଚତୁର୍ଥୀ ଦିନ ନୁଆଁଖାଇ ପର୍ବ ପାଳନ କରିଛନ୍ତି। ମାଁ ଇନ୍ଦ୍ରଦେଇ ଙ୍କ ପୂଜକ ଶ୍ରୀ ଧବଲେଶ୍ୱର ପୁଜାରୀ ମାଁ ଙ୍କ ଛତରିଆ ରାମେଶ୍ୱର ଛତ୍ରିଆ ଜୟସିଂ ଛତରିଆ ମଦନ କଟା ସନୁ ମାଝୀ ଉଦେଶ୍ୱର୍ ଚିନ୍ଦା ନରେନ୍ଦ୍ର ପୁଜାରୀ ଟୁନା ପୁଜାରୀ ପିଣ୍ଟୁ ପୁଜାରୀ ବିହାରୀ ପୁଜାରୀ କେଶରୀ ପୁଜାରୀ ସମସ୍ତ ପୁଜାରୀ ପରିବାର ତଥା ମାଁ ଙ୍କ ସେବାକାରୀମାନେମାନେ ନବାର୍ଣ୍ଣ ଭକ୍ଷଣ ଵା ନୁଆଁଖାଇ ପର୍ବ ପାଳନ କରିଛନ୍ତି।ଆଜି ଗଣେଶ ଚତୁର୍ଥୀ ରେ ନୁଆ ଖାଇଛନ୍ତି।

ପୁଜାରୀ ପରିବାର ଦେଓଦରା ମାଁ ଇନ୍ଦ୍ରାଦେଇ ଙ୍କ ପୀଠ ସ୍ଥଳୀରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି।ପୁଜାରୀ ପରିବାର ତଥା ମାଁ ଙ୍କ ସେବାକାରୀ ନେତା ଗୋଇତା ପାଟ, ମାଝୀ ପାଟ, ଦୀୟନ୍ ସମସ୍ତେ ଏହିଠାରେ ଉପସ୍ଥିତ ଥିଲେ। ପଶ୍ଚିମ ଓଡିଶା ର ଗଣପର୍ବ ହେଉଛି ନୁଆଁଖାଇ। ଭାଦ୍ରଵ ମାସରେ ନୁଆଁଖାଇ ପର୍ବ ପଡେ। କେତେକ ଜାଗାରେ ଚତୁର୍ଥୀ ଦିନ ଓ ଅନ୍ୟ କେତେକ ଜାଗାରେ ଶ୍ରୀପଞ୍ଚମୀ ଦିନ ଓ ଦଶମୀ ଦିନରେ ନୁଆଁଖାଇ ପାଳନ କରାଯାଏ। ଏହି କ୍ରମରେ ଆଜି ଦେଓଧରା ଗ୍ରାମରେ ମନ୍ଦିର ପୁଝାରୀ ଓ ସେବକମାନେ ଏହି ଅଂଚଳରେ ମାଙ୍କୁ ନୂଆ ଧାନ, ଚାଉଳ, ଚୁଡା ଅର୍ପଣ କରି ନୁଆଁଖାଇ ପର୍ବ ପାଳନ କରିଛନ୍ତି। ଦେଓଧରା ଗ୍ରାମର ଅନ୍ୟ ମାନେ ପଞ୍ଚମୀ ଦିନ ନୂଆ ଖାଇବେ। ଏହି ଦିନ ନିଜ ଇଷ୍ଟ ଦେବୀଙ୍କୁ ସ୍ମରଣା କରି ମା ଙ୍କ ଠାରୁ ଆଶୀର୍ବାଦ କାମନା କରିଥାନ୍ତି। ପରମ୍ପରା ଅନୁସାରେ ବୈଜ୍ୟେଷ୍ଠ ମାନଙ୍କୁ ବୟସ ରେ ସାନ ମାନେ ଜୁହାର ଵା ନମସ୍କାର ଜଣାନ୍ତି। ବୈଜ୍ୟେଷ୍ଠ ମାନେ ସାନ ପୁଅ ଝିଅ, ବନ୍ଧୁ ବର୍ଗ, ସାଇ ପଡୋଶୀ ଲୋକ ମାନଙ୍କୁ ଆଶୀର୍ବାଦ କରି ଦୀର୍ଘାୟୁ ଓ ସୁଖ ଶାନ୍ତି ବାର୍ତ୍ତା ପ୍ରଦାନ କରନ୍ତି। ନୂଆ ପୋଷାକ, ଘର ଦ୍ୱାର ସଫା ସୁତୁରା, ଜମି ରେ ପୂଜା ପାଠ, ଗାଁ ସଫା ସୁତୁରା ରଖି ସମସ୍ତେ ଖୁସି ମନରେ ନୁଆଁଖାଇ ପର୍ବ ପାଳନ କରିଥାନ୍ତି।



Total Users : 6808