
ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :
କେନ୍ଦୁଝର/ଯୋଡ଼ା, ୧୪/୯/୨୦୨୬:* ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ଯୋଡ଼ା ପୌରପରିଷଦ ଅଞ୍ଚଳରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ପୌରପରିଷଦ ପକ୍ଷରୁ ୧୪ଟି ୱାର୍ଡରେ ନିୟମିତ ସଫେଇ ଓ ଆବର୍ଜନା ସଂଗ୍ରହ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ, ଯୋଡ଼ା ୭ ନମ୍ବର ୱାର୍ଡର ଦୈନିକ ପରିବା ବଜାରରୁ ସଂଗୃହୀତ ଆବର୍ଜନା ଫ୍ଲାଇଓଭର ତଳେ ଅସୁରକ୍ଷିତ ଭାବେ ପକାଯାଉଥିବା ଅଭିଯୋଗ ହୋଇଛି।

ଆବର୍ଜନା ମଧ୍ୟରେ ପଲିଥିନ୍ ଓ ବିଭିନ୍ନ ଅସୁରକ୍ଷିତ ବର୍ଜ୍ୟବସ୍ତୁ ଥିବାରୁ ବୁଲା ଗାଈଗୋରୁ ଓ କୁକୁର ସେଗୁଡ଼ିକ ଖାଇ ଅସୁସ୍ଥ ହେବାର ଆଶଙ୍କା ରହିଛି। ଏଥିସହ ଆବର୍ଜନା ଦୀର୍ଘ ସମୟ ଧରି ପଡ଼ିରହିବା ଯୋଗୁଁ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହୋଇ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳବାସୀ ଙ୍କ କହିବା ଅନୁଯାୟୀ ଏହି ଅଳିଆ ଆବର୍ଜନା କୁ ଏକ ଡଷ୍ଟବିନ ରେ ରଖାଯାଉ ନଚେତ ଏଠାରୁ ତୁରନ୍ତ ହଟାଯାଉ। ଯାହାଫଳରେ ବୁଲା ଗାଈ ଗୋରୁ ମାନେ ସୁରକ୍ଷିତ ରହିବେ।



Total Users : 6808