Headlines

ମୋବାଇଲରୁ ପ୍ରମାଣ ଲିଭାଇବା ଏବଂ ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ମୟୂରଭଞ୍ଜ କପ୍ତିପଦାର ନିମାଇଁ ମୁର୍ମୁଙ୍କ ଗୁହାରି

ଯଶୋବନ୍ତ ପରିଡା/ କପ୍ତିପଦା ଉପଖଣ୍ଡ, ୨୮/୦୮/୨୬/ (ସମୀକ୍ଷା ନ୍ୟୁଜ):

​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନେଦାମ ଗ୍ରାମର ନିମାଇଁ ମୁର୍ମୁ (ପିତା- ମୁଦୁଲି ମୁର୍ମୁ) ତାଙ୍କ ପରିବାର ଉପରେ ହୋଇଥିବା ମାଡ଼ପିଟ୍, ମୋବାଇଲରୁ ପ୍ରମାଣ ନଷ୍ଟ ଏବଂ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ନିକଟରେ ଦୃଢ଼ ଦାବି କରିଛନ୍ତି।
ପୂର୍ବରୁ ନିମାଇଁଙ୍କ ପରିବାର ସହ ଘଟିଥିବା ଏକ ହିଂସାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ କପ୍ତିପଦା ଥାନାରେ ଏତଲା ଦାୟର କରିଥିଲେ। ଅଭିଯୋଗ ଅନୁଯାୟୀ, ଘଟଣା ଦିନ ତାଙ୍କ ସ୍ତ୍ରୀ ମିନତୀ ମୁର୍ମୁ, ପୁଅ ଲକ୍ଷ୍ମୀକାନ୍ତ ମୁର୍ମୁ (୧୧) ଏବଂ ଝିଅ ବାରିମଣି ମୁର୍ମୁ (୧୬)ଙ୍କୁ ସଂଘବଦ୍ଧ ଭାବେ ଗୋଇଠା, ବିଧା ମରାଯିବା ସହ ଗୋରୁଗାଈ ଭଳି ପିଟାଯାଇଥିଲା। ଏପରିକି ଝିଅଠାରୁ ଏକ ସ୍ମାର୍ଟଫୋନ୍ ଜୋରଜବରଦସ୍ତ ଛିନାଇ ନିଆଯିବା ସହିତ ପଥରରେ ଛେଚି ଜୀବନରୁ ମାରିଦେବା ପାଇଁ ପ୍ରଚେଷ୍ଟା କରାଯାଇଥିଲା। ଜୀବନ ବିକଳରେ ସେମାନେଘରୁ ଖସି ପଳାଇଥିଲେ।
ଥାନାରେ ସଠିକ୍ ନ୍ୟାୟ ନ ମିଳିବାରୁ ପୀଡ଼ିତ ପରିବାର ମାନନୀୟ ଏସ୍.ପି. (SP), ମୟୂରଭଞ୍ଜଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସ୍.ପି.ଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ପରେ ତାରିଖ ୨୬/୦୮/୨୦୨୬ ସକାଳ ୧୧:୩୦ ଟା ସମୟରେ କପ୍ତିପଦା ଥାନାରୁ ସେମାନଙ୍କର ହଜିଯାଇଥିବା ମୋବାଇଲ ଫୋନ୍ ଓ ସାଇକେଲ ଉଦ୍ଧାର କରାଯାଇ ଫେରସ୍ତ ମିଳିଥିଲା।


ତେବେ ମୋବାଇଲ ଫୋନ୍ ଫେରି ପାଇବା ପରେ ସେଥିରୁ ମେମୋରି କାର୍ଡ଼ ଗାଏବ ଥିବା ଏବଂ ଘଟଣା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ, ଫଟୋ, ଭିଡିଓ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟଗୁଡ଼ିକ ଜାଣିଶୁଣି ଡିଲିଟ୍ କରାଯାଇଥିବା ଜାଣିବାକୁ ପାଇଛନ୍ତି। ଅଭିଯୋଗର ସତ୍ୟତା ପ୍ରମାଣ କରିବା ପାଇଁ ଏହି ତଥ୍ୟଗୁଡ଼ିକ ଅତ୍ୟନ୍ତ ଜରୁରୀ ଥିବାରୁ ଏହାକୁ କିଏ ଏବଂ କାହିଁକି ଡିଲିଟ୍ କଲା, ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଦାବି ହୋଇଛି।
ଏହି ଆକ୍ରମଣ ଓ ପ୍ରମାଣ ନଷ୍ଟ ଘଟଣାରେ ସଂପୃକ୍ତ ଥିବା ନିମ୍ନୋକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି କରାଯାଇଛି:
୧. ଛିତା ମୁର୍ମୁ (ସ୍ୱାମୀ- ରାମ ମୁର୍ମୁ)
୨. ସମ୍ବାରି ମୁର୍ମୁ (ସ୍ୱାମୀ- ଦୁଖୁ ମୁର୍ମୁ)
୩. ସାର ମୁର୍ମୁ (ସ୍ୱାମୀ- ଅର୍ଜୁନ ମୁର୍ମୁ)
୪. କାନ୍ଦିନି ମୁର୍ମୁ (ସ୍ୱାମୀ- ସେରାଲ ମୁର୍ମୁ)
୫. କାର୍ମି ମୁର୍ମୁ (ସ୍ୱାମୀ- କାହ୍ନୁ ମୁର୍ମୁ)
୬. ଅର୍ଜୁନ ମୁର୍ମୁ (ପିତା- ଗୁରୁଭା ମୁର୍ମୁ)
୭. କାହ୍ନୁ ମୁର୍ମୁ (ପିତା- ରଘୁନାଥ ମୁର୍ମୁ)
​ଏହାବ୍ୟତୀତ, ଏହି ଅପରାଧୀମାନଙ୍କୁ କୁନିର୍ଦ୍ଦେଶ ଦେଇ ସାହସ ଯୋଗାଉଥିବା ବିଜୁ ହେମ୍ବ୍ରମ୍ (ପିତା- ବିଶୁ ହେମ୍ବ୍ରମ୍) ଏବଂ ଗ୍ରାମ ମୁଖିଆ ସେରାଲ ମୁର୍ମୁ (ପିତା- ଲକ୍ଷ୍ମଣ ମୁର୍ମୁ)ଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *