Headlines

ରାଉରକେଲା: ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲିପିକା ଦାସ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ /ରାଉରକେଲା:ସୁନ୍ଦରଗଡ଼, ୨୮/୦୮/୨୬: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୁଗାନ୍ତକାରୀ ଯୋଜନା “ସୁଭଦ୍ରା” ଅନ୍ତର୍ଗତ ଆଜି ସମଗ୍ର ରାଜ୍ୟର ହିତାଧିକାରୀ ମାନଙ୍କୁ ପଞ୍ଚମ କିସ୍ତି ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ଉପବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ଅମାତ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଆଦିବାସୀ ପରାମର୍ଶଦାତା କମିଟିର ସଭ୍ୟ ତଥା ପୂର୍ବତନ ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ର ସୁରଞ୍ଜନ ସାହୁ, ସଦର ଏସ ସି ପି ଓ ଶ୍ରୀ ନିର୍ମଳ ମହାପାତ୍ର, ମାନ୍ୟବର ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ଶ୍ରୀ ରଞ୍ଜିତ ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ରକ୍ଷା ବନ୍ଧନର ଏହି ଶୁଭ ଅବସରରେ ସମସ୍ତ ଅତିଥି ମାନଙ୍କୁ ସୁଭଦ୍ରା ମା ମାନେ ରାକ୍ଷୀ ବାନ୍ଧି ଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ଉପ ବାଚସ୍ପତି ଶ୍ରୀ ଭୋଇ ରକ୍ଷା ବନ୍ଧନର ଶୁଭକାମନା ଜଣାଇଥିଲେ ଏବଂ ନିଜ ବକ୍ତବ୍ୟ ରେ କହିଥିଲେ ଯେ,
” ମା ମାନଙ୍କୁ ଆଗକୁ ବଢିବାର ବରିଷ୍ଠ ସୁଯୋଗ ଦେଇଛି ଏହି ଯୁଗାନ୍ତକାରୀ ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣରେ ମଧ୍ୟ ସହାୟକ ହୋଇଛି। ଏହି ଆର୍ଥିକ ସହାୟତାକୁ ମା ମାନେ ବିଭିନ୍ନ କାର୍ଯ୍ୟରେ ଉପଯୋଗ କରିଥାନ୍ତି ସେ ଗୃହ କାର୍ଯ୍ୟ ହେଉ ଅବା ଚାଷ କାମ କିମ୍ବା ପିଲାଙ୍କ ପାଠ ପଢା ତଥା ନିଜ ପରିବାରକୁ ମଧ୍ୟ ଆର୍ଥିକ ଭାବେ ସ୍ୱଚ୍ଛଳ କରିଥାନ୍ତି”।

ଏହି ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ୪,୫୨, ୯୯୭ ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ହସ୍ତାନ୍ତର କରାଯାଇଛି। ସେହିପରି ନୟାଗଡ଼ ଜିଲ୍ଲାଠାରେ ହେଉଥିବା ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସବଡେଗା ବ୍ଲକ ଅନ୍ତର୍ଗତ କରମଡିହିର ସୁଭଦ୍ରା ହିତାଧିକାରୀ ସଂଗୀତା ପାତ୍ର ଓ ନମିତା ବାଗ, ସଦର ବ୍ଲକ୍ ଅନ୍ତର୍ଗତ ଭସ୍ମାର ଯାହ୍ନବୀ ମାଝୀ ଓ ମସନିକାନୀର ତୃପ୍ତି ପଟେଲ ଏବଂ ଟାଙ୍ଗରପାଲି ବ୍ଲକ ମହୁଲପାଲିର ଇନ୍ଦୁମତୀ ମାଝୀ ସୁଭଦ୍ରା ଯୋଜନା ରେ ସାମିଲ ହୋଇ କିଭଳି ଭାବେ ବିଭିନ୍ନ ବ୍ୟବସାୟ କରି ଆତ୍ମନିର୍ଭରଶୀଳj ହୋଇ ପାରିଛନ୍ତି ଏବଂ ନିଜ ପରିବାର ର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିପାରିଛନ୍ତି ତାହା ଉପରେ ଅନୁଭବ ବାଣ୍ଟି ଥିଲେ।

ଆଜିର ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରଞ୍ଜୁ ରାଣୀ ଦାସ, ବରିଷ୍ଠ ଜନ ପ୍ରତିନିଧି,ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବହୁ ସଂଖ୍ୟାରେ ସୁଭଦ୍ରା ହିତାଧିକାରୀମାନେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *