ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି ୧୧/୯/୨୦୨୬
ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଅଡିଟ କାର୍ଯ୍ୟରେ ଓଡିଶା ସରକାରଙ୍କ ଏସଟି, ଏସସି ଉନ୍ନୟନ ବିଭାଗରୁ ଆସିଥିବା ଦୁଇ କର୍ମଚାରୀଙ୍କୁ ଲାଞ୍ଚ ପାଇଁ ବ୍ୟାଗ ଭର୍ତ୍ତି ଟଙ୍କା ସହ ବାରିପଦାର ଏକ ଲଜରୁ ଗିରଫ କରିଛନ୍ତି ବାଲେଶ୍ଵର ଭିଜିଲାନ୍ସ ଟିମ । ତାଙ୍କୁ ନିଆଅଣା କରୁଥିବା ଏକ ସରକାରୀ ବୋର୍ଡ ଲଗା ବୋଲେରୋ ଗାଡି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ଦ୍ବୟ ଯଥାକ୍ରମେ ପ୍ରଶାନ୍ତ ପ୍ରଧାନ ଓ ପ୍ରଜ୍ଞା ପ୍ରକାଶ ପାତ୍ର ବୋଲି ଜଣାପଡିଛି । ଅଡିଟ୍ ଶେଷ କରି ବାରିପଦା DWO ଅଫିସ୍ରୁ ଫେରିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ମାଡିବସିଥିଲା । ଏହି ଦୁର୍ନୀତିଗ୍ରସ୍ତ କାର୍ଯ୍ୟରେ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ନେଇ ବିଭିନ୍ନ ଉଭୟଙ୍କ ଗୃହ ଓ ଅନ୍ୟାନ୍ୟ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛନ୍ତି ଭିଜିଲାନ୍ସ ବିଭାଗ ।

ଘଟଣା ଅନୁଯାୟୀ ଅଭିଯୁକ୍ତ କର୍ମଚାରୀ ଦ୍ବୟ ୮/୧୦ଦିନ ହେବ ଅଡିଟ କାର୍ଯ୍ୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ ଯିବା ସହ ବାରିପଦାର ଏକ ହୋଟେଲ ଲଜରେ ରାତ୍ରିଯାପନ କରୁଥିଲେ । ଅଡିଟ କାର୍ଯ୍ୟ ସମୟରେ ରହିଥିବା ଅନିୟମିତତାର ସଲାସୁତୁରା ଓ ସ୍ୱଚ୍ଛ ରିପୋର୍ଟ ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରିବା ସୁରାକ ନେଇ ଭିଜିଲାନ୍ସ ଏମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲା । ଗୁରୁବାର ରାତି ଅଭିଯୁକ୍ତ ଖସିପଳାଇବା ଚେଷ୍ଟାରେ ଥିବା ଜାଣି ଭିଜିଲାନ୍ସ ଟିମ ସେମାନଙ୍କୁ ବ୍ୟାଗ ଭର୍ତ୍ତି ଟଙ୍କା ସହ ଲଜରୁ ଗିରଫ କରି ତାଙ୍କ ବାସଗୃହରେ ମଧ୍ୟ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ବାରିପଦା DWO ଅଫିସରୁ ଦୁଇଜଣ ଅଡିଟର ଅଡିଟ୍ କାମ ଶେଷ କରି ହୋଟେଲକୁ ଫେରୁଥିବା ବେଳେ ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ବ୍ୟବହୃତ ଗାଡ଼ିରୁ ୫,୫୧,୫୧୦ ଟଙ୍କା ଏବଂ ହୋଟେଲ୍ ରୁମ୍ରୁ ୮,୮୬,୮୩୦ ଟଙ୍କା ମିଶି ମୋଟ ୧୪ ଲକ୍ଷ ୩୮ ହଜାର ୩ ଶହ ୪୦ଟଙ୍କାର ଟଙ୍କା ବିଡା ଜବତ କରାଯାଇଥିବା ଜଣାପଡିଛି । ଅଗଷ୍ଟ ୩୦ରୁ ବାରିପଦାରେ ରହି ସେମାନେ ବିଭିନ୍ନ ସ୍କୁଲ ଓ ହଷ୍ଟେଲର ଅଡିଟ୍ କରୁଥିଲେ । ଅଡିଟ୍ ସୁରୁଖୁରୁରେ କରାଇବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ପିଛା ୧୦ ଟଙ୍କା ଲେଖାଏଁ ଲାଞ୍ଚ ଓ ଅଧିକ ଅର୍ଥ ଦାବି କରୁଥିବା ନେଇ ଅଭିଯୋଗ ହୋଇଥିବା ଆଲୋଚନାକୁ ଆସିଛି । ଅଭିଯୋଗର ସତ୍ୟତା ପ୍ରମାଣିତ ହେବା ପରେ ଭିଜିଲାନ୍ସ ଏହି ଚଢ଼ଉ କରିଥିବା ବେଳେ ବର୍ତ୍ତମାନ ତଲାସି ଓ ଜେରା ଜାରି ରହିଛି । ତେବେ ଅଧିକ ଖୋଲତାଡ଼ କଲେ ଏ ଦୁର୍ନୀତି ଲାଞ୍ଚରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ କାରନାମା ଜଣାପଡିବ । ଖବର ଲେଖାଯିବା ପର୍ଯ୍ୟନ୍ତ ଅଧିକ ତଦନ୍ତ ଜାରି ରହିଛି ତଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।



Total Users : 6825