Headlines

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା :


ଟାଙ୍ଗୀ ୪/୯/୨୬: ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ବିହାରୀପୁର ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ପ୍ରଭୂ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ।

ଚାନ୍ଦପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସମ୍ପର୍କିତ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରି ଭଗବାନ କୃଷ୍ଣଙ୍କ ବାର୍ତା ବାଣ୍ଟିଥିଲେ। କୁନି କୁନି ପିଲାମାନେ ଗାଁ ଦାଣ୍ଡରେ ରାଧାକୃଷ୍ଣ, ଗୋପ ଗୋପାଙ୍ଗନା, ନନ୍ଦ,ଦେବକୀ, ବାସୁଦେବ ପରି ଅନେକ ଚରିତ୍ର ବେଶଭୁଷା ଧାରଣ କରି ଧାଡିକି ଧାଡି ହୋଇ କୁନି କୁନି ପାଦରେ ଆଗେଇ ଚାଲିଥିଲେ। ଆଉ ବୃନ୍ଦାବନ ବିହାରୀପୁର ଗ୍ରାମର ମା ଭଉଣୀ ମାନେ ହାତରେ ପୁଲଚନ୍ଦନ ଧୂପଦୀପ ଧରି ନଗର ପରିକ୍ରମା କରିଥିବା ବିଭିନ୍ନ ଚରିତ୍ର ବେଶଭୂଷା ସୁସଜ୍ଜିତ ହୋଇଥିବା କୁନିକୁନି ପିଲାମାନଙ୍କୁ ବନ୍ଦାପନା କରିଥିଲେ।ଆଧୁନିକ ନାଁରେ ଆଜି ପଶ୍ଚାତ ସଭ୍ୟତାର ମାୟା ଜାଲ ଆମକୁ ଗ୍ରାସ କରିବାରେ ଲାଗିଛି। ଏଣୁ ବୃନ୍ଦାବନ ବିହାରୀପୁର ଗ୍ରାମର ଉଦ୍ୟମୀ ଯୁବକଙ୍କ ମନରେ ଆମ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ଗ୍ରାମବାସୀଙ୍କ ସହଯୋଗରେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। କାରଣ ଗୋଟିଏ ଶିଶୁକୁ ସଂସ୍କାର ଦେଲେ ନିଶ୍ଚିତ ପରିବାର ସଂସ୍କାରିତ ହୋଇ ପାରିବ ବୋଲି କହିଛନ୍ତି ଆୟୋଜକ।

Leave a Reply

Your email address will not be published. Required fields are marked *