Headlines

ସମୀକ୍ଷା ନ୍ୟୁଜ୍‌ର ପ୍ରଭାବ: ତାଳଚେର ବାଘୁଆବୋଲ ଛକରେ ଜଳିଲା ହାଇମାଷ୍ଟ ଲାଇଟ୍‌

ପୁଲକେଶ୍ୱର ମିଶ୍ର /ସ୍ୱତନ୍ତ୍ର ପ୍ରତିନିଧି, ସମୀକ୍ଷା ନ୍ୟୁଜ୍‌/ ତାଳଚେର, ଅନୁଗୋଳ: ​ତାଳଚେର ବ୍ଲକ ଅନ୍ତର୍ଗତ ପ୍ରମୁଖ ବାଘୁଆବୋଲ ଛକରେ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିରହିଥିବା ହାଇମାଷ୍ଟ ଲାଇଟ୍‌ ଶେଷରେ କାର୍ଯ୍ୟକ୍ଷମ ହୋଇଛି। ପ୍ରକାଶ ଥାଉକି, ମାତ୍ର ୫ ଦିନ ପୂର୍ବରୁ ଏହି ସମସ୍ୟା ଉପରେ ‘ସମୀକ୍ଷା ନ୍ୟୁଜ୍‌’ ଖବରକାଗଜରେ ଏକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା। ଲାଇଟ୍ ସ୍ଥାପନ କରାଯାଇଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପ୍ରସାରଣ ପରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତତ୍ପରତା ପ୍ରକାଶ କରି ଏହାକୁ କାର୍ଯ୍ୟକ୍ଷମ କରିଛନ୍ତି, ଯାହା ଫଳରେ ଆଜି ଛକରେ ଲାଇଟ୍ ଜଳି ଉଠିଛି ଏବଂ ସ୍ଥାନୀୟ ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି।
​ଅନ୍ୟପକ୍ଷରେ, ଉକ୍ତ ହାଇମାଷ୍ଟ ଲାଇଟ୍ ଲଗାଇବା ସମୟରେ ଜେସିବି (JCB) ସାହାଯ୍ୟରେ ଲାଇଟ୍ ଚାରିପାଖେ ବଡ଼ ବଡ଼ ଗାତ ଖୋଳାଯାଇଥିଲା। ଲାଇଟ୍ ତ’ ଜଳିଲା, କିନ୍ତୁ ସେହି ଗାତଗୁଡ଼ିକ ଏପର୍ଯ୍ୟନ୍ତ ସେମିତି ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହି କାରଣରୁ ବର୍ଷା ଦିନେ ସେଠାରେ ପାଣି ଜମି ରହିବା ସହ ଯାତାୟାତ କରୁଥିବା ଲୋକ ଓ ଗାଡ଼ିଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହେଉଛି।
​ଏଣୁ ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି ଯେ— ଯେପରି ଶୀଘ୍ର ଲାଇଟ୍ ଚାଲୁ କରାଗଲା, ଠିକ୍ ସେହିପରି ସେହି ଗାତଗୁଡ଼ିକୁ ତୁରନ୍ତ ସଠିକ୍ ଭାବେ ପୋତି, ତା’ ଚାରିପାଖେ ଆକର୍ଷଣୀୟ କଂକ୍ରିଟ୍ ଡିଜାଇନ୍ ଟାଇଲ୍ସ/ପ୍ଲେଟ୍ ଲଗାଇ ଏକ ସୁନ୍ଦର ପରିବେଶ ସୃଷ୍ଟି କରାଯାଉ। ଏହାଦ୍ୱାରା ବର୍ଷା ପାଣି ଜମିବ ନାହିଁ, ଲୋକଙ୍କ ଯାତାୟାତ ସୁବିଧାଜନକ ହେବ ଏବଂ ବାଘୋଲ ଛକର ସୌନ୍ଦର୍ଯ୍ୟକରଣ ମଧ୍ୟ ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *