କୀର୍ତ୍ତି ଚନ୍ଦ୍ର ସାହୁ/ ଦକ୍ଷିଣ ଓଡିଶା ମୁଖ୍ୟ/ ବୋରିଗୁମ୍ମା /ସମୀକ୍ଷା ନ୍ୟୁଜ: ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଅନୁସୂଚିତ ଜାତି ଓ ଜନ ଜାତି ବିଭାଗ ର ଛାତ୍ରାବାସ ପରିଚାଳନା ଉପରେ ଉଠିଲା ପ୍ରଶ୍ନ । ଛାତ୍ରାବାସ ରୁ ଜଣେ ଛାତ୍ର 3 ଦିନ ଧରି ନିଖୋଜ ହେଉଛି ପରେ ସ୍କୁଲ ପଛ ପଟ ନାଳରୁ ରକ୍ତାତ ଅବସର ରେ ସବ ଉଦ୍ଧାର ହେବା ଘଟଣା ହିଁ ବୟାନ କରୁଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଆଦିବାସୀ ଛାତ୍ର ଛାତ୍ରୀ ମାନେ କିଭଳି ଶିକ୍ଷା ପ୍ରତି ଆକୃଷ୍ଟ ହେବେ ଏବଂ ଶିକ୍ଷିତ ହୋଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବେ ସେଥି ପାଇଁ ସରକାର ପିଲାଙ୍କୁ ରହିବା ଖାଇବା ଓ ପୋଷାକ ଅନ୍ୟ ସମସ୍ତ ସୁବିଧା କରିଛନ୍ତି ।ଏ ସବୁ ସତ୍ତ୍ୱେ ମଧ୍ୟ ଅନେକାଂଶ ରେ କେତେକ ସ୍କୁଲ ରେ ଦାୟିତ୍ଵ ହୀନତା ଏବଂ ବିଭାଗୀୟ ଅଧିକାରୀଙ୍କ ତଦାରଖ ଅଭାବ କାରଣ ରୁ ଅନେକ ଛାତ୍ରବାସ ରେ ଛାତ୍ର ମୃତୁ ଘଟଣା ସମାନା କୁ ଆସୁଛି । ଏଭଳି ଦୃଶ୍ଵ ସାମନା କୁ ଆସିଛି ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରୁ । ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁନାଥଙ୍କ ର ମୃତ ଦେହ ସ୍କୁଲ ପଛ ନାଳ ରୁ ଉଦ୍ଧାର ହୋଇଛି ।

ମୃତ ଛାତ୍ର ଜଣକ ହରଡାଗୁଡ଼ା ପଞ୍ଚାୟତ ମାରାଡ ମାଲିଗୁଡ଼ା ବୋଲି ଜଣା ପଡିଛି ସେ ବିଦ୍ୟାଳୟରେ ହଷ୍ଟେଲ ରେ ରହି ଅଧ୍ୟୟନ କରୁଥିଲେ । ଗତ ଷୋମବାର ଦିନ ଠାରୁ ସମ୍ପୁକ୍ତ ଛାତ୍ର ଜଣକ ବିଦ୍ୟାଳୟ ପରିସରରୁ ନିଖୋଜ ଥିଲେ । ଆଜି ତାଙ୍କ ସବ ପରିତିକ୍ତ ଅବସ୍ଥା ରୁ ଉଦ୍ଧାର ହୋଇଛି । ବିଦ୍ୟାଳୟ କତୃପକ୍ଷ ପକ୍ଷରୁ ଛାତ୍ର ନିଖୋଜ ନେଇ ଥାନ କିମ୍ବା ଉପରିସ୍ଥ ଅଧିକାରୀଙ୍କୁ ଅବଗତି ନ କରିବା ସୂଚନା ମିଳିଛି ଏମିତିକି ମୃତ ଛାତ୍ର ଙ୍କ ପରିବାର କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ସେପଟେ ଘଟଣା କୁ ନେଇ କ୍ଷାବ ପ୍ରକାଶ କରିବା ସହ ଏଭଳି ଘଟଣା ଦୁର୍ଭାଗ୍ୟ ଜଣକ ଏବଂ ଏହି ଘଟଣା ପାଇଁ ଯେଉଁ ମାନେ ସବୁ ଦାୟୀ ସେମାନଙ୍କ ବିରୁଦ୍ଧ ରେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ନୃସିଂହ ନାଥ ଶତପଥୀ । ଘଟଣା ସମ୍ପର୍କରେ ସ୍କୁଲ କିମ୍ବା ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନଥିବା ବେଳେ ବି ସିଂହପୁର ପୋଲିସ ପହଞ୍ଚି ସବ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।



Total Users : 3576