
ବିଶିଷ୍ଟ ଶିକ୍ଷାବିତ୍ ରବୀନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ
ବାସୁଦେବପୁର / ଭଦ୍ରକ /ସମୀକ୍ଷା ନ୍ୟୁଜ/ ୩/୦୯:
ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆରୁହା ପଞ୍ଚାୟତର ଭାଗପୁର ଗ୍ରାମରେ ବିଶିଷ୍ଟ ଶିକ୍ଷାବିତ୍ ,ପାଲା ,ଗାୟକ,ସାହିତ୍ୟିକ,ରାତିକ,ଚିକିତ୍ସାଓ ସଂସ୍କୃତି ଜଗତର ନିଷ୍ଟାପର ସେବକ ତଥା ଅନେକ ଶିକ୍ଷା ଅନୁଷ୍ଠିନର ପ୍ରାଣ ପ୍ରତିଷ୍ଠାତା ରବିନ୍ଦ୍ର ପ୍ରସାଦ ସାହୁଙ୍କ ପ୍ରଥମ ଶ୍ରାଦ୍ଦ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି|ଏହି ଉତ୍ସାବରେ କବି ଓ ଗୀତିକାର ସୁଦର୍ଶନ ଅଗସ୍ତି ସଭାପତିତ୍ୱ କରିଥିଲେ | ସ୍ବର୍ଗତ ରବୀନ୍ଦ୍ର ଥିଲେ ଜଣେ ଯୋଗଜନ୍ମା ସିଦ୍ଧ ପୁରୁଷ | ଏହି ଉତ୍ସାବରେ ଅତିରକ୍ତ ଜିଲ୍ଲାପାଳ କାର୍ତ୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥ ଭାବେ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ପାଣ୍ଡିତ ଦିେତାରି ମହାପାତ୍ର |ଏହି ଉତ୍ସବରେ ସାହିତ୍ୟିକ ଡାକ୍ତର ବସନ୍ତ କୁମାର ଦାସ ,ପ୍ରଫେସର ମାଗୁଣି ବେହେରା ,ଭାରତ ସଞ୍ଚାର ନିଗମର ଅବସର ପ୍ରାପ୍ତ ଷ୍ଟାପ ରଜନୀକାନ୍ତ ପାଣି ପ୍ରମୁଖ ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ |ବାସୁଦେବପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଅଶୋକ କୁମାର ଦାସ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ |

ସମସ୍ତ ଅତିଥି ସ୍ବର୍ଗତ ରବୀନ୍ଦ୍ର ପ୍ରସାଦ ସାହୁଙ୍କ ଶିକ୍ଷା ,ସାହିତ୍ୟ ଓ ସଂସ୍କୃତି ଜୀବନର ବିଭିନ୍ନ ଦିଗ ପ୍ରତି ଆଲୋଚନା କରିଥିଲେ|ଏହି ଉତ୍ସାବରେ ଅମରନାଥ ଦାସ,ତିଲୋତ୍ତାମା ମହାପାତ୍ର ,ଗୋକୁଳା ନନ୍ଦ ସ୍ୱାଇଁ ,ଡ଼କ୍ଟର ଚିତ୍ତ ରଞ୍ଜନ ମହାପାତ୍ର ,କବି ଓ ଅନୁବାଦକ ଅଭିମନ୍ୟୁ ବେହେରା ,ପାଲା ଗାୟକ ରାମଚନ୍ଦ୍ର ବଳ, ନାରାୟଣ ଚନ୍ଦ୍ର ସାହୁ ,କମଳାକାନ୍ତ ଜେନା ପ୍ରମୁଖଙ୍କୁ ମାନପାତ୍ର ଓ ଉପାଦିକନ ସହିତ ସମ୍ବର୍ଦ୍ଧତ କରାଯାଇଥିଲା |ଏହି ଉତ୍ସବରେ ରବିନ୍ଦ୍ର ସାହୁ ସ୍ମୃତି ସଂସଦ ପକ୍ଷରୁ ସ୍ମରଣିକା ପୁଣ୍ୟସ୍ମୃତି ଅତିଥି ବନ୍ଧୁ ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା |ଏହି ଉତ୍ସବରେ କବି ଶରତ କୁମାର ମହନି ମଞ୍ଚ ସଯୋଜନା କରିଥିଲେ |ଏହି ଉତ୍ସବରେ ନରେଶ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉମେଶ ଚନ୍ଦ୍ର ସାହୁ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ |ଏହି ଉତ୍ସବରେ ଡ଼କ୍ଟର ସୁରେଶ ଚନ୍ଦ୍ର ସାହୁ ,ରମେଶ ଚନ୍ଦ୍ର ସାହୁ ,ଜ୍ଞାନେଶ ଚନ୍ଦ୍ର ସାହୁ ,ଦିନେଶ ଚନ୍ଦ୍ର ସାହୁ ଓ ପରିବାର ବର୍ଗ ଉତ୍ସବ ପରିଚାଳନା କରିବାରେ ସହଯୋଗ କରିଥିଲେ |ଏହି ଉତ୍ସବରେ କବି ସୁଧାଂସୁ ଶେଖର ମିଶ୍ର ,କବି ବିକାଶ କୁମାର ଶତପଥୀ ,କବି ପିତାମ୍ବର ମହାନ୍ତି ,ପରମାନନ୍ଦ ଓଝା,କବି ରନ୍ତାକର ପଣ୍ଡା ,ରାସ ରଞ୍ଜନ ସାହୁ, ରଶ୍ମି ରଞ୍ଜିତା ପାଣିଗ୍ରାହି ପ୍ରମୁଖ ଯୋଗ ଦେଇଥିଲେ



Total Users : 6801