Headlines

ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ୟୁଜି ପିଜି ଖୋଲିଲା


ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ/କେନ୍ଦୁଝର

ପାଟଣା :୪/୯,ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ସମ୍ବଲପୁର ରେ ଥିବା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ୟୁଜି ପିଜି ପାଠ୍ୟକ୍ରମ ପାଇଁ ଅନୁମୋଦନ ମିଳିଛି। ପାଠ୍ୟକ୍ରମ ଖୋଲା ଯିବା ପାଇଁ ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁ ଉଦ୍ୟମ କରି ଥିବାବେଳେ ସେ ନିକଟରେ ଅବସର ଗ୍ରହଣ କରିଛନ୍ତି।

ବର୍ତ୍ତମାନର ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ଏଥିପାଇଁ ମୁକ୍ତ ବିଶ୍ୱ ବିଦ୍ୟାଳୟ ସହ ଚୁକ୍ତିନାମା କରିଥିବା ଜଣାପଡ଼ିଛି। ମହାବିଦ୍ୟାଳୟରେ ବିଭିନ୍ନ ବିଭାଗର ୟୁଜି ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରସ୍ତୁତିରେ ଚାଲିଛି।ମହାବିଦ୍ୟାଳୟ ଷ୍ଟଡି ସେଣ୍ଟରର ଅଧ୍ୟାପକ ହଳଧର ସାହୁ ଚଳିତ ଶିକ୍ଷା ବର୍ଷର ନାମଲେଖା ପ୍ରକ୍ରିୟା ଦାୟିତ୍ୱରେ ଥିବା ଜଣାପଡିଛି। ସ୍ଵାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ରାଜ୍ୟ ମୁକ୍ତ ବିଦ୍ୟାଳୟର ଏହି ଅଧ୍ୟୟନ କେନ୍ଦ୍ର କୋଡ଼ ନମ୍ବର ୧୮୦୪ ରେ ସିକୃତି ଦିଆଯାଇଥିବା କ୍ରୀଡ଼ା ଶିକ୍ଷକ କ୍ୟାପଟେନ୍ ଧର୍ମେନ୍ଦ୍ର କୁମାର ସାହୁଙ୍କ ଠାରୁ ପ୍ରକାଶ।

Leave a Reply

Your email address will not be published. Required fields are marked *