Headlines

ସ୍ୱାମୀଙ୍କୁ ନେଇ ବିଚ୍ ରାସ୍ତାରେ ଦୁଇ ମହିଳା ହାତାହାତି, ଥାନାରେ ପହଞ୍ଚିଲେ ଉଭୟ ପକ୍ଷ

କପ୍ତିପଦା ଉପଖଣ୍ଡ ୨୭୦୬୨୬
(ସମୀକ୍ଷା) ଯଶୋବନ୍ତ ପରିଡା
ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ନାଗପାଳ ଅଞ୍ଚଳରେ ସ୍ୱାମୀଙ୍କୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ବିଚ୍ ରାସ୍ତାରେ ହାତାହାତି ଘଟଣା ଘଟିଛି। ଅଭିଯୋଗ ଅନୁଯାୟୀ, ନାଗପାଳର ଭାରତୀ ପାତ୍ରଙ୍କ ସ୍ୱାମୀଙ୍କ ସହ ଝିଲି ଓଝା ନାମକ ଜଣେ ମହିଳାଙ୍କର ପ୍ରେମ ସମ୍ପର୍କ ଥିଲା। ଏହାକୁ ନେଇ ଭାରତୀଙ୍କ ପରିବାରରେ ଦୀର୍ଘଦିନ ଧରି ଅଶାନ୍ତି ଲାଗି ରହିଥିଲା।


ଏନେଇ ପୂର୍ବରୁ ଉଦଳା ଥାନାରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେତେବେଳେ ଝିଲି ଓଝା ଆଉ ଏପରି କରିବେ ନାହିଁ ବୋଲି କହିଥିବା ଅଭିଯୋଗ ରହିଛି। ତେବେ ତାହା ପରେ ମଧ୍ୟ ଭାରତୀଙ୍କ ସ୍ୱାମୀଙ୍କ ସହ ସମ୍ପର୍କ ରଖୁଥିବା ନେଇ ଭାରତୀ ପକ୍ଷରୁ ଅଭିଯୋଗ କରାଯାଇଛି।
ଆଜି ନାଗପାଳ ରାସ୍ତାରେ ଝିଲି ଓଝାଙ୍କୁ ଦେଖିବା ପରେ ଭାରତୀ ତାଙ୍କୁ ପଚାରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇ ପରେ ହାତାହାତି ହୋଇଥିଲା। ଅଭିଯୋଗ ଅନୁଯାୟୀ, ଭାରତୀ ଝିଲି ଓଝାଙ୍କୁ ଏକ ଗାମୁଛାରେ ବାନ୍ଧି ଥାନାକୁ ନେଉଥିଲେ।
ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା। ଘଟଣାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *