କୀର୍ତ୍ତି ଚନ୍ଦ୍ର ସାହୁ/ ରାଜ୍ୟ ପ୍ରତିନିଧି/ସମୀକ୍ଷା ନିଉଜ :

ରାୟଗଡ଼ା: ପ୍ରତିବନ୍ଧକତାକୁ ପଛରେ ପକାଇ ସ୍ୱାଭିମାନର ସହ ଖେଳ ମଇଦାନରେ ଆଗକୁ ବଢ଼ୁଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ ଭଲିବଲ ଖେଳାଳି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ପାରା ଭଲିବଲ ଚାମ୍ପିୟନସିପ୍ରେ ଭାଗ ନେବାକୁ ୭ ଜଣିଆ ଦଳ ରାୟଗଡ଼ାରୁ ଯାତ୍ରା କରିଛନ୍ତି ।ରାୟଗଡା
ରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଆର୍ଥିକ ସହଯୋଗର ହାତ ବଢ଼ାଇଥିଲେ। ଏହି ସମୟରେ ଖେଳାଳିଙ୍କ ମନୋବଳ ବଢ଼ାଇ ଶୁଭେଚ୍ଛା ଜଣାଇଥିଲେ ବିଭିନ୍ନ ସଂଗଠନର ପ୍ରତିନିଧି ଓ ସମାଜସେବୀ। ଜୁନାଗଡ଼ ଟ୍ରେନ ଯୋଗେ ରାୟଗଡାରୁ ଭୁବନେଶ୍ୱରକୁ ଯାତ୍ରା କରିଛନ୍ତି । ଦିବ୍ୟାଙ୍ଗ ଖେଳାଳି ମାନେ ହେଲେ ରୋହିତ ନାୟକ, ରଥିରାମ ଗୌଡ଼, ବିକାଶ ମହାନନ୍ଦିଆ, ଚିରଞ୍ଜୀବୀ ପାତିକା, ଶଙ୍କର ମାଝି, ରେଙ୍ଗା ପୁଆଲା, ଓ ପ୍ଲାବନ କୁମାର ପ୍ରମୁଖ ରହିଛନ୍ତି ।

ସକ୍ଷମ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମ ଦାଶ,ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ସାହୁ,ଆର.ଏସ.ଏସ ରାୟଗଡା ନଗର ପ୍ରମୁଖ ବିଦ୍ୟାଭୂଷଣ ପଣ୍ଡା, ଅଶ୍ୱିନୀ ଦାଶ ପ୍ରମୁଖ ଶୁଭେଚ୍ଛା ଜଣାଇଥିଲେ. ଏହାସହ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ବାଦଲ ତା,ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା,ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ପୂର୍ବ କ୍ଷେତ୍ର ସେବା ପ୍ରମୁଖ ଦୀପକ ରାଉତ, ବିକଳ୍ପ ସଂଗଠର ସଭାପତି ଡଃ ଦୁଷ୍ମନ୍ତ ମହାନ୍ତି ଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି“ଶରୀରର ଅକ୍ଷମତା ନୁହେଁ, ମନର ଦୃଢ଼ତା ହିଁ ସଫଳତାର ପରିଚୟ”—ଏହି ବାର୍ତ୍ତା ଦେଇ ଉତ୍ସାହିତ କରିବା ସହ ସଫଳତା କାମନା କରି ଶୁଭେଚ୍ଛା ଜଣାଇଥିଲେ



Total Users : 6801