ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ:
ଡେଲାଙ୍ଗ,ତା୭।୯(ପିଏନଏସ): ଡେଲାଙ୍ଗ ବ୍ଲକ ହରିରାଜପୁର ଗ୍ରାମର ନିରୁପମା ପାତ୍ର ଙ୍କୁ କଂଗ୍ରେସ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଦାୟିତ୍ୱ ମିଳିଛି । ସେ ପୂର୍ବରୁ ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାପତି, ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ସମ୍ପାଦନ କରି ଆସିଛନ୍ତି । ଅଲ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପିପିଲି ଓ ଡେଲାଙ୍ଗ ବ୍ଲକ ସମେତ ପିପିଲି ଏନଏସି କଂଗ୍ରେସ ଦଳର ପ୍ରତ୍ୟେକ ହକ ପାଇଁ ସବୁ ସମୟରେ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ଏହି ନୂତନ ଦାୟିତ୍ୱ ମିଳିବା ପରେ ଜିଲ୍ଲା ସମେତ ନିର୍ବାଚନ ମଣ୍ଡଳୀର କଂଗ୍ରସ ସମର୍ଥକଙ୍କ ମନରେ ଉତ୍ସାହ ଦେଖା ଦେଇଛି । ସେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ, ରାଜ୍ୟ ପ୍ରଭାରୀ ଲାଲାଜି ଦେଶାଇ ଏବଂ ପିପିଲି ଡେଲାଙ୍ଗ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ଙ୍କ ସମେତ ଦଳୀୟ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।



Total Users : 6779