ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ଭୁବନେଶ୍ୱର,୦୫/୦୯/୨୬ – ଶାନ୍ତିସ୍ତୁପ ନିକଟସ୍ଥ ଧଉଳି ଚାରୁକଳା ମହାବିଦ୍ୟାଳୟ ପରିସରରେ ଶିଳ୍ପୀ ଛାତ୍ରଛାତ୍ରୀମାନେ ନିଆରା ଢଙ୍ଗରେ ପାଳନ କରୁଛନ୍ତି ଗୁରୁ ଦିବସ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଓ ଉପାଧ୍ୟକ୍ଷ ଚନ୍ଦନ କୁମାର ସାମଲ, ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା,ସୁବାସ ଚନ୍ଦ୍ର ମୁଦୁଲି ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏକ ଚିତ୍ର ଓ ଭାସ୍କର୍ଯ୍ୟ ଶିବିରକୁ ଉଦ୍ଘାଟନ କରିଥିଲେ।

ପରେ ଛାତ୍ରଛାତ୍ରୀ ସମସ୍ତ ଗୁରୁମାନଙ୍କ ବନ୍ଦନା ପୂର୍ବକ ଗୁରୁ ପୂଜନ କରିଥିଲେ।ଉକ୍ତ ଶିବିରରେ ଛାତ୍ରଛାତ୍ରୀମାନେ ଗୁରୁଙ୍କ ମହିମା ,ଆମ ସଂସ୍କୃତିରେ ଗୁରୁ ,ସମାଜ ଗଠନରେ ଗୁରୁଙ୍କ ଭୂମିକା ଏବଂ ଗୁରୁ ଦିବସର କଥାବସ୍ତୁକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ଗୁଡ଼ିକ ଅଙ୍କନ କରିଥିଲେ।ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଙ୍କିତ ଚିତ୍ରର ଭୂୟସୀ ପ୍ରଶଂସା କରିବା ସହିତ ପ୍ରତ୍ୟେକ ଛାତ୍ର ଗୁରୁଙ୍କ ମାର୍ଗ ଦର୍ଶନରେ କାର୍ଯ୍ୟ କଲେ ନିଶ୍ଚିତ ଭାବେ ସଫଳତା ଲାଭ କରିବେ ବୋଲି ମତ ପ୍ରକାଶ କରିଥିଲେ।ଏହି ଅବସରରେ ଲକ୍ଷ୍ମୀଧର ସ୍ୱାଇଁ,ବସନ୍ତ ପ୍ରଧାନ ଓ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ କଳାକୃତି ଗୁଡ଼ିକୁ ଅବଲୋକନ କରିଥିଲେ।



Total Users : 6801