Headlines

ଡିଜିଟାଲ ଯୁଗରେ ଖୁଚୁରା ସମସ୍ୟା

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି: ୮/୯/୨୦୨୬

– ଗାଁ ଗହଳିରେ ଏବେ ପ୍ରାୟତଃ ଖୁଚୁରା ପଇସା ମିଳିବା ମୁସ୍କିଲ ହେଲାଣି । ଅନେକ ସ୍ଥାନରେ ଟଙ୍କିକିଆ ବା ୨ଟଙ୍କିଆ ପ୍ରଚଳନ ମଧ୍ୟ କୁଚୁରା ଦୋକାନୀ ବନ୍ଦ କରିଦେଲେଣି । ଏଣୁ ଏବେ ଏଭଳି ପରିସ୍ଥିତି ନେଇ ଦୋକାନୀ ଓ ଗ୍ରାହକ ମଧ୍ୟରେ ସମସ୍ୟା ଉପୁଜିଛି । ଡିଜିଟାଲ ପେମେଂଟ ମାଧ୍ୟମରେ ଅଧିକାଂଶ ଆପ ଦ୍ୱାରା କ୍ୟୁଆର କୋର୍ଡ଼ ବ୍ୟବହାରରେ ଦୋକାନରେ ପଇସା ନେଉଥିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ଭଳି ମନେହୁଏ । ପୁଣି ମୋବାଇଲ ନେଟ ସମସ୍ୟା ଥିଲେ ଗ୍ରାହକ ଏଭଳି ପେମେଂଟ ଦେବାକୁ ହଇରାଣ ହେବା ବ୍ୟତୀତ ତାଙ୍କର ବହୁମୂଲ୍ୟ ସମୟ ବେକାର ଯାଉଥିବା ନେଇ ପରିଲକ୍ଷିତ ହେଉଛି । ଏହି ଡିଜିଟାଲ ପେମେଂଟ ସହଜ ସହ ଅନେକ କ୍ଷେତ୍ରରେ କଠିନ ସମସ୍ୟା ସୃଷ୍ଟି କରିଛି ବୋଲି ବହୁ ଜ୍ଞାନୀ ମତପ୍ରକାଶ କରିଛନ୍ତି । ଅନେକ ଧାତୁ ମୁଦ୍ରାକୁ ଲୋକେ ପାଇସାବାକ୍ସ ବା ଠଣା ମାଧ୍ୟମରେ ସଞ୍ଚୟ କରୁଥିବା ଏହାର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଇପାରେ ନେଇ ମଧ୍ୟ ଅନେକଙ୍କ ମତ ପ୍ରକାଶ ପାଇଥାଏ ।

ଏଣୁ ଏବେ ଦୋକାନୀକୁ ସଠିକ ଖୁଚୁରା ପଇସା ନଦେଲେ କୌଣସି ଜିନିଷ କିଣିବା ବେଳକୁ ଖାଲି ହାତରେ ଅନେକଙ୍କୁ ଫେରୁଥିବା ବା ଅନ୍ୟ ଦୋକାନୀଙ୍କୁ ଖୁଚୁରା ପାଇଁ ନେହୁରା ହେଉଥିବା ଏକ ନିତିଦିନିଆ ଘଟଣା ହେବାକୁ ଲାଗିଛି । ପୁଣି କେତେକ ଅମାନବିକତା ମନୋବୃତ୍ତି ରଖି ଖୁଚୁରା ଦେଉଥିବା ଲୋକର ମୂଳରୁ କିଛି ପଇସା କାଟି ରଖି ଖୁଚୁରା ଦେବାକୁ ଏକ ବ୍ୟବସାୟ ଭଳି କରିଛନ୍ତି । ଅନେକ କ୍ଷେତ୍ରରେ ଖୁଚୁରା ବଦଳରେ ଅନ୍ୟ ଜିନିଷ ଆଣିବାକୁ ମଧ୍ୟ ଅନେକ ବାଧ୍ୟ ହେଉଛନ୍ତି । ଏଭଳି ସମସ୍ୟାରେ ବିଭିନ୍ନ ସ୍ଥାନରେ ନେଟ ସର୍ଭର ଡାଉନ ରହିବା ପାଇଁ ମଧ୍ୟ ଗ୍ରାହକ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ମୋବାଇଲ ସିମ୍ ପରିବର୍ତ୍ତନ କରିବା ପରିଲକ୍ଷିତ ହେଉଛି । ଏଭଳି ଅଯଥା ଖର୍ଚ୍ଚ ସହ ସମୟ ବର୍ବାଦ, ହଇରାଣ ଏବଂ ଆଗାମୀ ଦିନର ସମସ୍ୟା ବହୁଳ ଖୁଚୁରା ପାଇଁ ସରକାର ଆଗାମୀ ଦିନରେ ଧ୍ୟାନ ଦେଇ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *