ଅଜୟ କୁମାର ଦାଶ/ବଡ଼ଚଣା ପ୍ରତିନିଧି / ସମୀକ୍ଷା ନିୟୁଜ/ଯାଜପୁର:
ଚଣ୍ଡିଖୋଲ ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର ପାରିପଲେଇ ଠାରେ ଏକ ଟାଙ୍କର ରୁ ପେଟ୍ରୋଲ ଓ ଡିଜେଲ ଚୋରାରେ କାଟି ବିକ୍ରି ଉଦ୍ୟମ କରୁଥିଲା ବେଳେ ବାଲିଚନ୍ଦ୍ରପୁର ପୋଲିସ ଉଭୟ ଡ୍ରାଇଭର ଓ ହେଲପେର କୁ ଗିରଫ କରିବା ସହ ଟାଙ୍କର ଓ କଟା ତେଲ ଜବତ କରିଛି. ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି. ସୂଚନା ମୁତାବକ ପାରାଦୀପ ରୁ ବୌଦ୍ଧ ଯାଉଥିବା ଟାଙ୍କର ରେ ଉଭୟ ପେଟ୍ରୋଲ ଓ ଡିଜେଲ ଯାଉଥିବା ସମୟରେ ଡ୍ରାଇଭର ଓ ହେଲପର ଦୁଇଟି ପ୍ଲାଷ୍ଟିକ ବାରଲରେ ତେଲ କାଟୁଥିଲେ, ବାଲିଚନ୍ଦ୍ରପୁର ପୁର ପୋଲିସ ଗତକାଲି ଖରାବେଳେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିବା ସହ ତେଲ କାଟିବା ପାଇଁ ବ୍ୟବହୃତ ସରଞ୍ଜାମ ଜବତ କରିଥିଲା. ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାଲିଚନ୍ଦ୍ରପୁର ଥାନା ଆଇ ଆଇ ସି ଦିଲୀପ କୁମାର ମହାନ୍ତି ସୂଚନା ଦେଇଛନ୍ତି.




Total Users : 6801